Latest Odisha News

BREAKING NEWS

[ଭିଡିଓ] ନିର୍ବାଚନୀ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ

ଯାଜପୁର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚାରିଆଡେ ଜମୁଛି ପ୍ରଚାର । ହେଲେ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ ହୋଇଛି । ଯାହାକି ନିର୍ବାଚନ କମିଶନ ଗାଇଡଲାଇନର ସିଧାସଳଖ ଉଲ୍ଲଙ୍ଘନ । ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରୁ ଏପରି ଅଭିଯୋଗ ଆସିଛି ।

ଶାସକ ବିଜେଡି ପାଇଁ ଶିକ୍ଷକ ପ୍ରଚାର କରୁଥିବା ଅଭିଯୋଗ ଆସିଛି ।।ବିଂଝାରପୁର ବ୍ଲକ ଅଳକୁଣ୍ଡ ଗାଁରେ ବିଜେଡି ପ୍ରଚାର ସଭାରେ ଅଳକୁଣ୍ଡ ଅବଦୁଲ ମଜିଦ ନୋଡାଲ ସ୍ୁଲର ସହକାରୀ ଶିକ୍ଷକ ସେକ ମହମ୍ମଦ ଓକିଲ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସେହିପରି ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତରେ ହୋଇଥିବା ନିର୍ବାଚନୀ ପ୍ରଚାରରେ ତଳୀହା ଗାରଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ହେଲେ ଏହି ନିର୍ବାଚନୀ ସଭାରେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲୀକ ସମେତ ବହୁ ବିଜେଡି ନେତା ଓ ପ୍ରାର୍ଥୀ ଉପସ୍ଥିତ ଥିଲେ । ହେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ସରକାରୀ ଶିକ୍ଷକ ପ୍ରଚାରରେ କି ସଭାରେ ରହିବା ମନା । ହେଲେ କିଭିଳି ଦୁଇଟି ଶିକ୍ଷକ ଉପସ୍ଥିତ ରହିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି ଘଟଣାର ଶିଘ୍ର ତଦନ୍ତ କରାଯାଇଁ କାର୍ଯ୍ୟାନୁଷ୍ଟାନ ନେବା ପାଇଁ  ଦାବି।

 

Comments are closed, but trackbacks and pingbacks are open.