କଟକ: ସାଲେପୁରରେ ସୋମବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଘଟଣା ଦଳ ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି।
ସ୍ଥାନୀୟ ବିଜେଡି ନେତା ହିମାଂଶୁ ମହାନ୍ତି ଓ ତାଙ୍କ ସମର୍ଥକମାନେ ମହାତ୍ମାଗାନ୍ଧୀଙ୍କ ଫଟୋ ଓ ବ୍ୟାନର ଧରି ଶୋଭାଯାତ୍ରାରେ ବାହାରୁଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରାଙ୍କ କିଛି ସମର୍ଥକ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ହିମାଂଶୁ ମହାନ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଲୋକପ୍ରିୟତା ବଢ଼ୁଥିବା ଦେଖି ପ୍ରଶାନ୍ତ ବେହେରାଙ୍କ ସମର୍ଥକମାନେ ଭୟଭୀତ ହୋଇଛନ୍ତି। ଆମେ ଗୋଟିଏ ଦଳର, କିନ୍ତୁ ପ୍ରଶାନ୍ତ ବେହେରା ଏଠି ଗୁଣ୍ଡାରାଜ କରୁଛନ୍ତି ବୋଲି ମୋତେ ଲାଗୁଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ବିଜେଡିର ବ୍ଲକ୍ ଯୁବ ସଭାପତି ସଞ୍ଜୀବ କୁମାର ଦାଶ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ପ୍ରକାର ଗଣ୍ଡଗୋଳ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିଏ ପଦଯାତ୍ରା କରିବାନେଇ ଗାଇଡଲାଇନ୍ ରହିଛି ବୋଲି କହିବା ସହ ଦଳ ଏ ଦିଗରେ ପଦକ୍ଷେପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି।
Comments are closed.