କଟକ: ଗିରଫ ହେଲେ ବିଜେଡିର ଯୁବ ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ ମାରିବା ଓ ପରେ ସ୍ଥାନୀୟ ଲୋକଙ୍କୁ ମାଡ ମାରିବା ଘଟଣାରେ ଅମରେନ୍ଦ୍ର ଗିରଫ ହୋଇଛନ୍ତି । ଏହି ମାମଲାରେ କଟକ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ବିଳମ୍ବିତ ରାତିରେ ଶାସକ ଦଳର ଏହି ନେତାଙ୍କୁ ପୁଲିସ ଗିରଫ କରିଛି ।
ବିଜେଡି ଯୁବ ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ ହେଉଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା । ସୂଚନା ଅନୁସାରେ ଏକ ଫର୍ଚୁନର ଗାଡି ଧକ୍କାକୁ ନେଇ ସ୍ଥାନୀୟ ଅଂଚଳରେ ଜଣେ ଯୁବକଙ୍କୁ ମାଡ ମାରୁଥିଲେ । ଯୁବକଙ୍କ ବେକରେ ଗାମୁଛା ପକାଇ କିଛି ଯୁବକ ମାଡ ମାରୁଥିଲେ । ଶାସକ ଦଳର ଏହି ନେତା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ପରସ୍ପର ମଧ୍ୟରେ ବିବାଦ ଥିଲା ତେଣୁ ସଂପୃକ୍ତ ଯୁବକଙ୍କ ସହ ବସଉଠ କରିବା ସହ ମାଡମାରୁଥିଲେ । ଯୁବକଙ୍କୁ ମାଡ ମାରିବା ସହ ଅମରେନ୍ଦ୍ର ଗାଳି ଗୁଲଜ କରୁଥିଲେ ବୋଲି ଅଭିଯୋଗ ରହିଛି । ପ୍ରତପନଗରୀରେ ଦିବାଲୋକରେ ଏପରି କାରନାମା ଚାଲିଥିବା ବେଳେ ଏହି ସମୟରେ ସ୍ଥାନୀୟ ବାସିନ୍ଦା ନିର୍ମଳ ସ୍ୱାଇଁ ଯାଉଥିଲେ । ଆଉ କାହିଁକି ଏପରି ହେଉଛନ୍ତି ବୋଲି ପଚାରିଥିଲେ । ଆଉ ମାଡ ଖାଉଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ । ହେଲେ ମନ୍ତ୍ରୀଙ୍କ ପୁତୁରା ଓ ତାଙ୍କ ସହଯୋଗୀ ସଙ୍ଗେସଙ୍ଗେ ଘେରିଯାଇ ନିର୍ମଳ ସ୍ୱାଇଁଙ୍କୁ ସଂଘବଦ୍ଧ ଭାବେ ମାଡ ମାରିଥିଲେ । ଏହାପରେ ନିର୍ମଳ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ବିଳମ୍ବିତ ରାତିରେ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଗିରଫ କରିଛି ।
Comments are closed.