ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ । ବିଜେଡିରେ ଜଳୁଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ବିଜେଡିର ପରିଚାଳନାକୁ ନେଇ ସେ ପ୍ରଶ୍ନ ଉଠାଛନ୍ତି । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ, ଅମର ଶତପଥୀ, ଭାସ୍କର ରାଓ ଏବଂ ଲାଲବିହାରୀ ହିମିରିକାଙ୍କ ପରେ ପ୍ରଫୁଲ୍ଲ ବିଜେଡିର କାର୍ଯ୍ୟଶୈଳୀ ଉପରେ ଖପ୍ପା ହୋଇଛନ୍ତି ।
ବିଜେଡି କାର୍ଯ୍ୟ ଶୈଳୀ ଉପରେ ପ୍ରଫୁଲ୍ଲଙ୍କ ପ୍ରଶ୍ନ
ବିଜେଡି ସଠିକଭାବେ ବିରୋଧୀଦଳ ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ବିଜେଡି ଦଳ ଏବେ ନାହିଁ । ତଥାପି ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । କିଛି ବରିଷ୍ଠ ନେତାଙ୍କ ବୟାନ ପରେ ପ୍ରଫୁଲ୍ଲ ମଲ୍ଲିକ ଏପରି କହିଛନ୍ତି । ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମଟି ପାଇଁ କହିଥିଲୁ, ଏହା ସହ ବହୁତ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ହେଲେ ସେଗୁଡିକ ଦଳରେ ଗ୍ରହଣ ହେଲାନାହିଁ । ଏହାପରେ ମୋ ସହିତ ଏବେ ଯାଏଁ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି ବୋଲି ସେ କହିଛନ୍ତି ।
ପ୍ରଫୁଲ୍ଲ୍ ଏମିତି କହିବାର କାରଣ କଣ ?
ପ୍ରଫୁଲ୍ଲ ମଲ୍ଲିକ ଦୀର୍ଘ ବର୍ଷ ହେଲାଣି ବିଜେଡି ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ସେ ବିଧାୟକ ହେବା ସହ ମନ୍ତ୍ରୀପଦ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ବିଜେଡିରେ ଧିରେଧିରେ କୁହୁଳିଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ତେବେ କାହିଁକି ଏମିତି ପ୍ରଫୁଲ୍ଲ କହିଲେ ବୋଲି ପ୍ରଶ୍ନ ଉଠିଛି । ବିଜେଡିରେ ତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆନଯିବାରୁ ସେ ଏମିତି କହିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ଛାଡିବା ପାଇଁ ଇଙ୍ଗିତ କଲେ ପ୍ରଫୁଲ୍ଲ
ବିଜେଡିର କାର୍ଯ୍ୟ ଶୌଳୀ ତାଙ୍କୁ ଭଲ ଲାଗୁନଥିବାରୁ ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ଏହିପରିଭାବେ ଦଳ ଚାଲେ ସେ ଖୁବଶୀଘ୍ର ଦଳ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରଫୁଲ୍ଲ ଏହିକଥା କହିବାର ଅର୍ଥ ବିଜେଡି ରଣନୀତି ଯାହା କରୁଛି ତାହା ଭୂଲ । ଏହାଦ୍ୱାରା ଦଳ କ୍ଷତିରେ ରହୁଛି । ତେଣୁ ଏମିତି ଚାଲିଲେ ସେ ଦଳ ଛାଡିଦେବେ ବୋଲି କହିଛନ୍ତି । ଏହା ସହ ବର୍ତ୍ତମାନ ନୂଆ ବିଜେଡି ଗଠନ ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା ଦରକାର ବୋଲି ସେ କହିଛନ୍ତି ।
ବିଜେଡିରେ ଜଣଙ୍କ ପରେ ଜଣେ ନେତା ଏବେ ବିରୋଧରେ କହିବା ଆରମ୍ଭ କରିଛନ୍ତି । ୨ ଦିନ ତଳେ ଏନ ଭାସ୍କର ରାଓ ଏବଂ ଲାଲବିହାରୀ ହିମିରିକା ଦଳ ଛାଡିଥିଲେ । ତେବେ ବିଜେଡି ସୁପ୍ରିମୋ ଏମାନଙ୍କ ପାଇଁ କି ପ୍ରକାର ବନ୍ଦୋବସ୍ତ କରୁଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.