ଭୁବନେଶ୍ବର:ନାବାଳିକାଙ୍କୁ ଘରେ କାମ କରାଇବାକୁ ରଖିଥିଲେ । ସାମାନ୍ୟ ତ୍ରୁଟି ହେଲେ ଘର ମାଲିକ ତାଙ୍କୁ ବାରମ୍ବାର ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ । ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କର ଗଭୀର ଚିହ୍ନ ରହିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି କିଛି ଅମାନବୀୟ କାଣ୍ଡକୁ ନେଇ ଥାନାରେ ଏତଲା ହୋଇଛି । ପୋଲିସ ସମ୍ପୃକ୍ତ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଖବରମୁତାବକ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ୧୨ ବର୍ଷୀୟା ନାବାଳିକାଙ୍କୁ ଗରମ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ କୁନି ପିଲାଟିକୁ ଉଦ୍ଧାର କରିଛନ୍ତି ଶିଶୁ ସୁରକ୍ଷା କର୍ମୀ। ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ନାବଳିକାଙ୍କୁ ଭର୍ତ୍ତି କରିଛନ୍ତି ରୁଚିକା ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତା
ଶିଶୁ ସୁରକ୍ଷା କର୍ମୀଙ୍କ ଅଭିଯୋଗ କ୍ରମେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Comments are closed.