Latest Odisha News

BREAKING NEWS

ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ ଦିଲ୍ଲୀ ଏମ୍ସରୁ ଡ଼ିସଚାର୍ଜ ହେଲେ

ଭୁବନେଶ୍ୱର : ବରିଷ୍ଠ ବିଜେଡ଼ି ନେତା ତଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମେରଦଣ୍ଡ ଆଘାତରେ ଚିକିତ୍ସିତ ହେଉଥିବା ଦିଲ୍ଲୀ ଏମ୍ସରୁ ଆଜି ଡ଼ିସଚାର୍ଜ ହୋଇଛନ୍ତି ।

ବିଧାୟକ ପ୍ରଭାତ ବିଶ୍ୱାଳ ଜୁଲାଇ ୭ ତାରିଖରେ ଏଠାରେ ମେରୁଦଣ୍ଡ ଆଘାତ ଜନିତ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଦୀର୍ଘ ୨୩ ଦିନ ଚିକିତ୍ସିତ ହେବାପରେ ଆଜି ସୁସ୍ଥ ଅନୁଭବ କରୁଛନ୍ତି ପ୍ରଭାତ ବିଶ୍ୱାଳ ।

“ ଏବେ ମୁଁ ନିଜକୁ ପୂର୍ବାପେକ୍ଷା ବେଶ୍ ସୁସ୍ଥ ଅନୁଭବ କରୁଛି, ଦିଲ୍ଲୀର ଓଡ଼ିଶା ଭବନରେ କିଛିଦିନ ବିଶ୍ରାମ ନେବା ପରେ ମୁଁ ଓଡ଼ିଶା ଫେରିବି”ବୋଲି କହିଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ ।

ବରିଷ୍ଠ ବିଜେଡ଼ି ନେତା ତଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା । ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ ମଞ୍ଜୁର କରିଥିଲେ ଅଦାଲତ ।

Leave A Reply

Your email address will not be published.