Latest Odisha News

BREAKING NEWS

ଚେନ୍ନାଇରେ ଚିକିତ୍ସାଧୀନ ବିଜେଡି ନେତ୍ରୀ ଭି ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିଲେ ନବୀନ

ଚେନ୍ନାଇ: ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକ ଭି ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ । ସେ ଏବେ ଚେନ୍ନାଇରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚେନ୍ନାଇ ଯାଇ ଭେଟିଛନ୍ତି। ଯେଉଁ ଘରୋଇ ହସ୍ପିଟାଲକୁ ନବୀନ ଯାଇଛନ୍ତି ତାଙ୍କ ସହିତ ଅନେକ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ରହିଛନ୍ତି। ଖଲ୍ଲିକୋଟ ରାଜପରିବାରର ସଦସ୍ୟ ତଥା ୧୦ ଥର ବିଧାୟକ ହୋଇଥିବା ସୁଜ୍ଞାନ ଦେଓଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ନବୀନ ପଟ୍ଟନାୟକଙ୍କ ସହ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ବିଧାୟିକା ଉଷା ଦେବୀ ଓ ପ୍ରଣବ ପ୍ରକାଶ ଦାଶ ଉପସ୍ଥିତ ଥିଲେ। ସେ ସୁଜ୍ଞାନୀ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଦଳ ଓ ରାଜ୍ୟ ପ୍ରତି ତାଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଖଲ୍ଲିକୋଟର ରାଣୀ ଭାବେ ପରିଚିତ ଦେଓଙ୍କର ଏକ ଲମ୍ବା ଓ ଚମତ୍କାର ରାଜନୈତିକ କ୍ୟାରିୟର ରହିଛି। ୧୯୬୩ ମସିହାରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ୧୦ ଥର ବିଜୟୀ ହୋଇଥିଲେ। ସେ ବିଜେଡିର ଅନ୍ୟତମ ବରିଷ୍ଠ ଓ ସମ୍ମାନିତ ସଦସ୍ୟ। ନବୀନ ପଟ୍ଟନାୟକ ଶୁକ୍ରବାର ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.