Latest Odisha News

BREAKING NEWS

ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କିଏ ରହିଲେ କେଉଁ ପଦବୀରେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଜେଡି ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଚଳିତ ୨୦୧୯ ନିର୍ବାଚନରେ କୌଣସି କାରଣବଶତଃ ଟିକେଟ୍ ପାଇପାରିନଥିବା କିଛି ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ଏଥିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମିତା ବାଗଚିଙ୍କ ସମେତ ବହୁ ମହିଳା ମଧ୍ୟ ସାମିଲ ରହିଛନ୍ତି ।

ଜାଣନ୍ତୁ, କିଏ କେଉଁ ପଦବୀ ପାଇଲେ…

ଉତ୍କଳ କେଶରୀ ପରିଡା- ଉପଦେଷ୍ଟା, ଚିଲିକା ଉନ୍ନୟନ ପରିଷଦ

ସୁଲତା ଦେଓ- ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ

ଦେବାଶିଷ ଘୋଷ- ଉପଦେଷ୍ଟା, ଓଡିଶା ବନ ଉନ୍ନୟନ ନିଗମ

ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡିଶା ଭାଷା ସାହିତ୍ୟ, ସଂସ୍କୃତି ବିଭାଗ

ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ବୋର୍ଡ

ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ୍

ଲେନିନ ମହାନ୍ତି- ସମ୍ପାଦକ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ

ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଏବଂ ଆଇଟି

କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ

ପ୍ରିୟଦର୍ଶୀ ମିଶ୍ର- ଅଧ୍ୟକ୍ଷ ଓଡିଶା ରାଜ୍ୟ ହାଉସିଂ ବୋର୍ଡ

ସୁବାସ ସିଂହ- ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ

ଈଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ରାଜ୍ୟ ବହନ ନିଗମ

ଅମରେଶ ପତ୍ରୀ- ଅଧ୍ୟକ୍ଷ, ରାଜ୍ୟ ଉଠା ଜଳସେଚନ ନିଗମ

ସତ୍ୟବ୍ରତ ତ୍ରିପାଠୀ- ଅଧ୍ୟକ୍ଷ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ

ବିଜୟ କୁମାର ନାୟକ- ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ

ସଞ୍ଜୀବ ପାଇକରାୟ- ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ

ସୁଧୀର ଦାସ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଆଡଭାଇଜର୍

ଦିଲ୍ଲୀପ ତିର୍କି- ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋସନ କାଉନସିଲ୍

ମାନସ ମାଡକାମୀ- ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ବିନୟ ଟପ୍ପୋ- ଅଧ୍ୟକ୍ଷ, ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ସୁସ୍ମିତା ବାଗଚି- ଅଧ୍ୟକ୍ଷ, ମୋ ସ୍କୁଲ୍

ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ

ମୀନତି ବେହେରା- ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

କସ୍ତୁରୀ ମହାପାତ୍ର- ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା

ସୁଲୋଚନା ଦାସ- ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା

ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି ଉପଦେଷ୍ଟା

ପୁଷ୍ପେନ୍ଦ୍ର ସିଂହଦେଓ- ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ

ଅସିତ ପଟ୍ଟନାୟକ- ଅଧ୍ୟକ୍ଷ, ଓଡିଶା ମତ୍ସ ଉତ୍ପାଦନ ନିଗମ

ପ୍ରଭାତାଦିତ୍ୟ ଦାସ- ଅଧ୍ୟକ୍ଷ, ଆପିକଲ୍

ଅମରେନ୍ଦ୍ର ଦାସ- ଅଧ୍ୟକ୍ଷ, କାଜୁ ଉନ୍ନୟନ ନିଗମ

ଲୁଲୁ ଅମାତ- ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ

ଚିନ୍ମୟ ସାହୁ- ଅଧ୍ୟକ୍ଷ, କ୍ଷୁଦ୍ରଶିଳ୍ପ ନିଗମ

ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ

ଅନୁପ ସାଏ- ଅଧ୍ୟକ୍ଷ, ରାଜ୍ୟ ପଣ୍ୟାଗାର ନିଗମ

ମୁଜିବୁଲ୍ଲ ଖାନ – ଉପଦେଷ୍ଟା, ଏସସି/ଏସଟି, ସଂଖ୍ୟାଲଘୁ, ପଛୁଆ ବର୍ଗ ବିକାଶ ବିଭାଗ

Leave A Reply

Your email address will not be published.