ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି କରି ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଯିଏକି ନିଜକୁ ସମାନ ଦଳର ନେତ୍ରେୀ ବୋଲି କହିଛନ୍ତି।
ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ୪ ଜଣ ବ୍ୟକ୍ତି ତାଙ୍କୁ ଗାଳିଗୁଲଜ କରିବା ସହ ଅକ୍ଟୋବର ୯ ତାରିଖରେ ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗ ନଦେବାକୁ ଚେତାବନୀ ଦେଇଥିଲେ। ଏପରିକି ତାଙ୍କୁ ଓ ତାଙ୍କ ଗାଡ଼ିକୁ ଜାଳିଦେବା ପାଇଁ ଧମକ ଦେଇଥିଲେ। ଏହାପରେ ଜ୍ୟୋତ୍ସାରାଣୀ ନାୟକ ଗୋପ ଥାନାରେ ଅଭିଯୋଗ କରିଛନ୍ତି। ଏହି ଚାରି ଜଣ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ସେ ଅଭିଯୋଗ କରିଛନ୍ତି।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସରେ ଅଭିଯୋଗ ନକରିବା ପାଇଁ ଚାରିଜଣ ବ୍ୟକ୍ତି ତାଙ୍କୁ ପୁଣି ଧମକ ଦେଇଥିଲେ ଏବଂ ଅକ୍ଟୋବର ୧୧ରେ ତାଙ୍କ କାର୍ ମଧ୍ୟ ଭଙ୍ଗାରୁଜା କରିଥିଲେ। ବିଜେଡି ପତାକା ବ୍ୟବହାର ନକରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ସେ ନିମାପଡ଼ା ଥାନାରେ ଆଉ ଏକ ଏତଲା ଦେଇଥିବା ଜ୍ୟୋତ୍ସରାଣୀ ନାୟକ କହିଛନ୍ତି।
ସମୀର ଦାଶ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ନିମାପଡ଼ା ବ୍ଲକ ବିଜେଡି ସଭାପତି ଅଶୋକ ସାହୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଶ୍ରୀମତି ନାୟକ ତାଙ୍କ ଦଳର ପ୍ରାଥମିକ ସଦସ୍ୟ ମଧ୍ୟ ନୁହନ୍ତି। ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏଭଳି ଘଟଣା ଶାସକ ବିଜେଡିର ‘ମା କୁ ସମ୍ମାନ’ ଦାବିକୁ ଉପହାସ କରୁଛି।
Comments are closed.