ଭୁବନେଶ୍ୱର: ରାଜ୍ୟରେ ଫାଇଭ ଟି ସଚିବ କ୍ଷମତାର ଅପବ୍ୟବହାର କରୁଛନ୍ତି। ସେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି ବୋଲି ପଚାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯାହାକୁ ନେଇ ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରଫୁଲ ସାମଲ ଦେଇଥିବା ପ୍ରତିକ୍ରିୟାକୁ ପୁଣିଥରେ ପ୍ରସଙ୍ଗ କରି ଟ୍ବିଟ୍ କରିଛନ୍ତି ଅପରାଜିତା। ଯାହାର ଜବାବ ଦେବାକୁ ଯାଇ ଶାସକ ଦଳର ଅନ୍ୟତମ ବିଧାୟକ କହିଛନ୍ତି, ବରିଷ୍ଠ ବିଧାୟକ ବାଚଳାମିରେ କହିଦେଇଥିବେ।
ସୁଧୀର ସାମଲ କହିଛନ୍ତି, ପ୍ରଫୁଲ ସାମଲଙ୍କର ବୟସ ହେଲାଣି। ସେ ବାଚଳାମିରେ କଣ କହିଛନ୍ତି। ଏହାକୁ ନେଇ କୌଣସି ମତ ରଖିବା ପାଇଁ ଚାହୁଁନୁ। ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହା ସମସ୍ତେ ଦେଖୁଛନ୍ତି। ଶାସନର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିର୍ଦ୍ଦେଶ ଦେଇପାରିବେ ସରକାରୀ ଅଧିକାରୀଙ୍କୁ। ତେଣୁ ସରକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଉଛନ୍ତି ଆଉ ଲୋକଙ୍କ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଦେଉଛନ୍ତି।
ପ୍ରଫୁଲ ସାମଲ କହିଥିଲେ, ବିରୋଧୀଙ୍କର କିଛି କାମ ନାହିଁ। ସେ ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ତାଙ୍କ ସଚିବ କଣ କରୁଛନ୍ତି ବୋଲି କେବଳ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇ ପାରୁନାହାନ୍ତି ତେଣୁ ତାଙ୍କ ସଚିବ ଯାଉଛନ୍ତି। ଏଥିରେ କିଛି ନୂଆ କଥା ନାହିଁ। ପୂର୍ବରୁ ମଧ୍ୟ ମୁଖ୍ୟଶାସନ ସଚିବ ଏବଂ ସଚିବ ଯାଉଥିଲେ। ଯାହାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି, କାହିଁକି ସେ ଯାଇପାରୁ ନାହାନ୍ତି ତାହା ଜାଣିବା ଦରକାର।
ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ବରିଷ୍ଠ ବିଧାୟକ ପ୍ରଫୁଲ ସମାଲ ଯାହା କହିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କ ମନରେ ଏହାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ଯଦି ସମୀକ୍ଷା ହେଉଛି ସେହି ବିଭାଗର ମନ୍ତ୍ରୀମାନେ ଯିବା କଥା ଅଫିସର ମାନେ ନୁହେଁ ବୋଲି ସେ କହିଛନ୍ତି।
ମୋହନ ମାଝୀ କହିଛନ୍ତି, ସେ ଯଦି ରାଜନୀତି କରିବାକୁ ଚାହୁଁଛନ୍ତି ତାହାଲେ ଚାକିରିରୁ ଇସ୍ତଫା ଦେଇ ନେତା ହୁଅନ୍ତୁ ଏବଂ ଜନସେବା କରିବାର ଅଧିକାର ରହିଛି।
Comments are closed.