ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଘର ଯୋଗାଇଦେବା ସମ୍ପର୍କରେ ଆଲୋଚନା କରିଥିଲେ ସାଂସଦମାନେ ।
ବାସହରା ଲୋକଙ୍କୁ ଘର ଯୋଗାଇଦେବାକୁ ବିଜେଡି ସାଂସଦମାନେ ଦାବି କରିଥିଲେ । ଏହି ଆଲୋଚନା ସକରାତ୍ମକ ହୋଇଛି ବୋଲି ବିଜେଡି ସାଂସଦ ମାନେ ଜଣାଇଛନ୍ତି । ଗତ ୧୪ ତାରିଖରେ ବିଜେଡି ସାଂସଦ ମାନେ ଗିରିରାଜ ସିଂହଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଫୋନି କ୍ଷତି ଗ୍ରସ୍ତ ଓ କେବିକେ, ଆଦିବାସୀ ପଛୁଆ ଅଞ୍ଚଳକୁ ଆହୁରୀ ୧.୮୪ ହଜାର ଘର ଯୋଗାଇଦେବା ପାଇଁ ଦାବି କରିଥିଲେ । ।ହେଲେ ଆଜି ପୁଣି ବିଜେଡି ସାଂସଦ ମାନେ ଏହି ଦାବି ଦୋହରାଇଛନ୍ତି ।
Comments are closed.