Latest Odisha News

ଅକ୍ଷୟ ତୃତୀୟାରେ ବିଜେଡିର ଗୃହ ପ୍ରବେଶ; ଦଳର ସ୍ଥାୟୀ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେଡିର ଗୃହ ପ୍ରବେଶ। ଉଦ୍‌ଘାଟନ ହେଲା ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନକୁ  ଉଦଘାଟନ କରିଛନ୍ତି।

ଅଢ଼େଇ ଏକର ଜାଗାରେ ନିର୍ମିତ ହୋଇଛି ଏହି ୩ ମହଲା ବିଶିଷ୍ଟ ଶଙ୍ଖ ଭବନ। ଏଥିରେ ବିଜେଡିର ସବୁ ଶାଖାର କାର୍ଯ୍ୟାଳୟ ରହିବା ସହିତ ସମ୍ମିଳନୀ ଗୃହ, ଥିଏଟର୍, ଅଡିଟୋରିୟମ୍ ସୁବିଧା ରହିଛି। କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଫିସ୍ ରହିଛି। ସେହିପରି କାର୍ଯ୍ୟାଳୟ ସାମ୍ନାରେ ବିଜେଡି ଚିହ୍ନ ଶଙ୍ଖର ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି।

ଉଦଘାଟନୀ ଉତ୍ସବରେ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ, ଜିଲ୍ଲା ପରିଷଦ ସଭାପତି, ବ୍ଲକ୍ ସଭାପତି ଆଦି ସମସ୍ତେ ଉପସ୍ଥିତ ରହିଥିଲେ।

ୟୁନିଟ ୬ ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନ।ଏହି କାର୍ଯ୍ୟାଳୟ କାନ୍ଥରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପଥର କାରୁକାର୍ଯ୍ୟ କରାଯାଇଛି। ସେହିପରି ବେସମେଣ୍ଟରେ ୪୦ କାର୍ ପାର୍କିଂ କଲା ଭଳି ଏକ ବଡ ପାର୍କିଙ୍ଗ ସ୍ଥାନ ରହିଛି। ଅଫିସର ପ୍ରଥମ ମହଲାରେ ଏକ ବଡ଼ ହଲ୍ ଓ ପ୍ରେସ କନଫରେନ୍ସ ହଲ ରହିଥିବା ବେଳେ ୨୫୦ ଲୋକ ବସିପାରିବା ଭଳି ଗୋଟିଏ ଅଡିଟୋରିୟମ ରହିଛି। ଏଥିସହିତ କ୍ୟାଣ୍ଟିନ ବ୍ୟବସ୍ଥା ବି ରହିଛି।

୩୦ଟି ପ୍ରକୋଷ୍ଠ ଥିବା ଶଙ୍ଖ ଭବନର ଦ୍ଵିତୀୟ ମହଲାରେ ସଂଗଠକ, ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଦଳର ଆଇଟି ସେଲ ମଧ୍ୟ ଏହି ବିଲଡିଂରେ କାର୍ଯ୍ୟ କରିବ।  ବିଲଡିଂର ଦ୍ଵିତୀୟ ମହଲାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ରହିଛି।

Comments are closed.