Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ। ଦୀର୍ଘ ଦିନ ଧରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ନେଇ ଯେଉଁ ଦାବି ରହି ଆସୁଥିଲା ତାକୁ ସମର୍ଥନ କରିଛି ଶାସକ ଦଳ। ଏହି ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କ୍ରିୟାନୁଷ୍ଠାନ କମିଟି ଆଲୋଚନା କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୁକ୍ତି ଶୁଣିବା ପରେ ଦାବିକୁ ସମର୍ଥନ କରିଥିବା ସୂଚନା ରହିଛି। ଏ ନେଇ ବୈଠକରେ ଉପସ୍ଥିତ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲୀ ବିଧାୟକ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି।

ପଦ୍ମପୁର ଉପଖଣ୍ଡରେ ୬ଟି ବ୍ଲକ ରହିଛି। ଏଠାରେ ମରୁଡି ଏବଂ ଦାଦନ ସମସ୍ୟା ଲାଗି ରହିଛି । ହେଲେ ବରଗଡ଼ ଜିଲ୍ଲା ସହିତ ଥିବାରୁ ଏହାକୁ ସେହିପରି ଦୃଷ୍ଟିରେ ଦେଖାଯାଉନି ଯେପରି ଦେଖିବା କଥା। ଅବହେଳାର ଶିକାର ହେଉଥିବା ନେଇ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। ଏବେ ଏହି ଅଞ୍ଚଳର ପାଣିପାଗ କେବିକେ ଅଞ୍ଚଳ ସହିତ ସମାନ ତେଣୁ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳୁ ବୋଲି ବହୁ ଦିନରୁ ଦାବି ହୋଇଆସୁଛି।

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଭୌଗୋଳିକ ଦୃଷ୍ଟି କୋଣରୁ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଛି।

ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ। ଏବେ ରାଜ୍ୟ ସରକାର ଯଦି ଜିଲ୍ଲା ସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କରିବେ ତାହାଲେ ପଦ୍ମପୁର ୩୧ ତମ ଜିଲ୍ଲା ଭାବେ ମାନ୍ୟତା ପାଇବ।

Comments are closed.