Latest Odisha News

BREAKING NEWS

ବିପର୍ଯ୍ୟସ୍ତ ଜାତୀୟ ରାଜପଥ କଥା ଉଠାଇଲା ବିଜେଡି, ବିଜେପି କହିଲା କେଉଁ ଆଧାରରେ କେନ୍ଦ୍ରକୁ ୧୦ରୁ ୮ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ମୋଦୀ ସରକାରକୁ ୧୦ରୁ ୮ ମାର୍କ ଦେଇଛନ୍ତି। ଅନ୍ୟପଟେ ତାଙ୍କ ଦଳର ବିଧାୟକ ବିରୋଧୀ ବିଜେପିକୁ କାଉଣ୍ଟର କରିବାକୁ ଯାଇ ୫୫ ନମ୍ବର ଜାତୀୟ ରାଜପଥର ବିପର୍ଯ୍ୟୟ କଥା ଦୋହରାଇଛନ୍ତି। ଯାହା କଟକରୁ ସମ୍ବଲପୁରକୁ ସଂଯୋଗ କରୁଛି। ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଏହି ପ୍ରସଙ୍ଗ ଉଠାଇଥିଲେ। ଆଉ କେନ୍ଦ୍ର ଅବହେଳା କରୁଥିବା ନେଇ ଅଭିଯୋଗର କଡା ଜବାବ ଦେଇ ଶାସକ ଦଳକୁ ପାଲଟା ଆକ୍ରମଣ କରିଛନ୍ତି।

ବିଜେପି ବିଧାୟକ କହିଛନ୍ତି, କେନ୍ଦ୍ର ସରକାର ଜାତୀୟ ରାଜପଥ କାମ ପାଇଁ ଅନେକ ଟଙ୍କା ଦେଇଛନ୍ତି। ହେଲେ ଶାସକ ବିଜେଡି ଦଳର ବିଧାୟକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ। ଗତ ୯ ବର୍ଷରେ ମୋଦୀ ସରକାରରେ ଓଡ଼ିଶାରେ ୨୮,୨୫୧ କୋଟି ଟଙ୍କା ବ୍ୟୟରେ ୪,୧୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ କଂଗ୍ରେସ ସରକାରର ୯ ବର୍ଷରେ ୪,୧୬୦ କୋଟି ଟଙ୍କା ବ୍ୟୟରେ ମାତ୍ର ୧,୪୯୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି ।

ପୂର୍ବ ସରକାର ତୁଳନାରେ ୭ ଗୁଣ ଅଧିକ ଅର୍ଥ ଓଡ଼ିଶାରେ ଜାତୀୟ ରାଜପଥ ପାଇଁ ଦିଆଯାଇଛି ଏବଂ ୪ ଗୁଣ ଅଧିକ ରାସ୍ତା ତିଆରି ହୋଇଛି । ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ବିଳମ୍ବର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ ଜଙ୍ଗଲ କ୍ଲିୟରେନ୍ସ ଯାହା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତ୍ୟକ୍ଷ ରୂପେ ଦାୟୀ।

ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବହୁ ଜାଗାରେ ପ୍ରକଳ୍ପକୁ ବିଳମ୍ବିତ କରାଉଛନ୍ତି, ଆନ୍ଦୋଳନ ଠୁ ଆରମ୍ଭ କରି ଠିକାଦାରଙ୍କୁ ହଇରାଣ ହରକତ କରିବାର ନଜିର ଅଛି । ଗୋଟିଏ ଗୋଟିଏ ପ୍ରକଳ୍ପରେ ୩-୪ ଥର ଡିପିଆର ବଦଳିଯାଉଛି, କାହା ସ୍ୱାର୍ଥରେ ଶ୍ରେଣୀବଦ୍ଧତା ବଦଳୁଛି, ବିଜୁ ଜନତା ଦଳ ନିଜକୁ ନିଜେ ପଚାରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଓଡ଼ିଶା ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରସ୍ତାବିତ ଆଲାଇନମେଂଟ ପରିବର୍ତନ ଯୋଗୁଁ ଜାତୀୟ ରାଜପଥ ପ୍ରକଳ୍ପ ବିଳମ୍ବିତ ହୋଇଛି । ରାଜପଥ (କାକଟପୁର-ଏରସମା)ର ପ୍ୟାକେଜ୍‌-୩ର ସଂଶୋଧିତ ଆଲାଇନମେଂଟକୁ ତୀବ୍ର ବିରୋଧ କରାଯାଉଥିବାରୁ କାମ ବନ୍ଦ ରହିଛି ।  ଏଥିରେ ମଧ୍ୟ ସଂଶୋଧନ ହେବାର ସମ୍ଭାବନା ରହିଛି ।

ଓଡ଼ିଶା ସରକାର ଏହି ସବୁ କଲ୍ୟାଣକାରୀ କାମରେ କାହିଁକି ବାଧକ ସାଜିଛନ୍ତି। ଏହି ସବୁ ବିଷୟ ବିଜେଡି ସରକାରର କାରଣରୁ ହୋଇଛି।

ଯଦି ଅବହେଳା କରାଯାଉଛି ବୋଲି ଶାସକ ବିଜେଡି କହୁଛି, ତେବେ ଗତକାଲି ମୁଖ୍ୟମନ୍ତ୍ରୀ କିପରି ମୋଦୀ ସରକାରଙ୍କ କାମକୁ ୧୦ରୁ ୮ ଦେଲେ ବୋଲି ପ୍ରଶ୍ନ କରିଛନ୍ତି। ବିଧାନସଭାର ବିଧାୟକଙ୍କ କଥା ସତ ନା ମୁଖ୍ୟମନ୍ତ୍ରୀଙ୍କ କଥା ସତ ବୋଲି ମହାଲିଙ୍ଗ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାରେ ବିଜେପି ବିଜେଡି ଦ୍ୱାରା ପରିଚାଳିତ ହେଉଛି। ଉଭୟ ଦଳର ନେତା ଏକାଠି ଅଛନ୍ତି।

Comments are closed.