Latest Odisha News

BREAKING NEWS

ଅନାଧିକୃତ ସଭାକୁ ନେଇ ସିଇଓଙ୍କଠାରେ ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ଭୁବନେଶ୍ୱର: ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର ଦିନ ବିଜୁ ଜନତା ଦଳ (ବିଜେଡ଼ି) ଦାବି କରିଛି । ନିୟମ ଭଙ୍ଗ କରି ବିଜେପି ଅନାଧିକୃତ ନିର୍ବାଚନୀ ସଭା କରିଥିବା ଯୋଗୁଁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ବିଜେଡ଼ିର ବରିଷ୍ଠ ନେତାମାନେ ଏକ ଅଭିଯୋଗପତ୍ର ଦାଖଲ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ମାହାଙ୍ଗା ବିଧାନସଭା କ୍ଷେତ୍ରରେ ଥିବା ତରୋଟା ହାଟ ପଡ଼ିଆରେ ଏହି ନିର୍ବାଚନ ସଭା ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିବାର ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ବିଜେଡ଼ି ପକ୍ଷରୁ ଅଭିଯୋଗ କରି କୁହାଯାଇଛି ଯେ, ଏହି ସଭାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମାହାଙ୍ଗା ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଯୋଗଦେଇଥିଲେ । ଏହି ଅନାଧିକୃତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିବା ଯୋଗୁଁ ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି ।

ଏହି ଅଭିଯୋଗପତ୍ରରେ ବିଜେଡ଼ି ପକ୍ଷରୁ ତିନି ଜଣ ମୁଖପାତ୍ର ଦସ୍ତଖତ କରିଛନ୍ତି ।

Leave A Reply

Your email address will not be published.