ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା ଶୁଣାଇଛନ୍ତି । ସୁକାନ୍ତଙ୍କୁ ବିରୋଧ କରି ରାଜମହଲ ଛକରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ରାଲି କରି ନୀଳଗିରି ବିଧାୟକ ସୁକାନ୍ତ ଖଟୁଆଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । କିଛିଦିନ ତଳେ ବାଲେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାଦରଙ୍କୁ ନୀଳଗିରି ବିଧାୟକ ସୁକାନ୍ତ ଖଟୁଆ ଗଣମାଧ୍ୟମରେ ଅଶାଳୀନ ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ ବିଜେଡି ମହିଳା କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇଥିଲେ । ରାଜମହଲରୁ ମହିଳାମାନେ ଶୋଭାଯାତ୍ରା କରି ମାଷ୍ଟରକ୍ୟାଂଟିନ ଛକରେ ସୁକାନ୍ତ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ତୁରନ୍ତ ସୁକାନ୍ତ ଖଟୁଆଙ୍କୁ ଗିରଫ କରାଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଥିଲା । ସୁକାନ୍ତଙ୍କୁ ଗିରଫ ସହ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ କୁହାଯାଉ ବୋଲି ବିଜେଡି ନେତ୍ରୀମାନେ କହିଥିଲେ । ଯଦି ପ୍ରଶାସନ ଏଥିରେ ଅବହେଳା କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି ।
BREAKING NEWS
- ଚଳିତବର୍ଷ ରଥ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ; ଡିଏଫଓ ଯୋଗାଇବେ ଚାରମାଳ କାଠ
- Trump’s 500% Tariff Threat: ‘କୌଣସି ଚାପରେ ଭାରତର ଶକ୍ତି ନୀତି ପରିବର୍ତ୍ତନ ହେବ ନାହିଁ,’ ଟ୍ରମ୍ପଙ୍କ ୫୦୦% ଶୁଳ୍କ ପ୍ରସ୍ତାବିତ ବିଲ୍ କୁ ନେଇ ଭାରତର ଦୃଢ଼ ପ୍ରତିକ୍ରିୟା
- ତାମିମ ଇକବାଲଙ୍କୁ ଭାରତର ଏଜେଂଟ କହଲେ ବିସିବି ଅଧିକାରୀ
- Private bus plunges into gorge: ଖାଇକୁ ଖସି ପଡିଲା ବସ୍ ..ଚାଲିଗଲା ୧୨ ଜୀବନ, ୩୩ ଗୁରୁତର
- ଗଣତନ୍ତ୍ର ଦିବସ ପୂର୍ବରୁ ଚିଲ, ଶାଗୁଣାଙ୍କୁ ଚିକେନ ପାର୍ଟି
- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କଲେ ଜଷ୍ଟିସ୍ ଡିପି ଚୌଧୁରୀ କମିଟି
- ଘର ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବାକୁ ବେଦାନ୍ତ ଆଲୁମିନିୟମର ‘ଅଗ୍ନି ଜାଗୃକ୍ତ ଅଭିଯାନ’ର ଶୁଭାରମ୍ଭ
- ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା
- ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ; ବାଉଁଶ ସାମଗ୍ରୀର ଅନଲାଇନ୍ ବିକ୍ରୀ ପାଇଁ ସ୍ୱତନ୍ତ୍ର ୱେବସାଇଟ୍
- ଓସ୍କାର ୨୦୨୬: କାନ୍ତରା: ଏ ଲୀଜେଣ୍ଡ ଚ୍ୟାପ୍ଟର ୧, ତନଭୀ ଦି ଗ୍ରେଟ ସମେତ ୪ ଫିଲ୍ମ ଶ୍ରେଷ୍ଠ ଫିଲ୍ମ ଦୌଡରେ
Comments are closed.