ଭୁବନେଶ୍ୱର: ଏପ୍ରିଲ ୧ରେ ୮୯ତମ ଓଡିଶା ଦିବସ ପାଳିତ ହେବାକୁ ଥିବାବେଳେ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଏହି ଦିବସଟିକୁ ପାଳିବ। ଏନେଇ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।
ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା। କଳା, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ଓଡ଼ିଶାର ପ୍ରସିଦ୍ଧି ରହିଛି। ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଚିର ସ୍ମରଣୀୟ ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର।
ସେହିପରି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କାର୍ଯ୍ୟାଳୟରେ ବିଜୁ ଜନତା ଦଳ ତରଫରୁ କାର୍ଯ୍ୟକାରୀ ହେବ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ହେବ।
ଭୁବନେଶ୍ୱର ଜିଲ୍ଲା ବିଜେଡି ଆନୁକୂଲ୍ୟରେ ଶଙ୍ଖ ଭବନରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Comments are closed.