Latest Odisha News

ପୁଣି ବିରୋଧୀଙ୍କ ଗର୍ଜନ: ଓଡିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି

ଭୁବନେଶ୍ବର: ବିରୋଧୀ ସିଟରେ ବସିବା ପରେ ଏବେ ପୂରା ଆକ୍ଟିଭ୍ ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଦଳୀୟ ନେତା । ବିରୋଧୀ ହୋଇ କ୍ରମାଗତ ଭାବେ ଶାସକଙ୍କୁ ଘେରିବାରେ ଲାଗିଛି ବିଜେଡି । ସେ ରାଜ୍ୟ ହେଉକି କେନ୍ଦ୍ର ଏବେ ସବୁଠି ବିଜେଡି ନିଜକୁ ଶକ୍ତିଶଳୀ ବିରୋଧୀ ଭାବେ ଛିଡାକରିବାକୁ ପ୍ରୟାସ ଜାରି ରଖିଛି । ଏହାରି ଭିତରେ ପୁଣି ବିସ୍ଫରୋକ ବୟାନ ଦେଇଛି ଦଳ । ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ନେଇ ଏବେ ସରଗରମ ରାଜ୍ୟ ରାଜନୀତି ।

ବିଧାନସଭାରେ ଓଡ଼ିଶା ସ୍ୱାର୍ଥକୁ ନେଇ କୌଣସି ସାଲିସ କରାଯିବନାହିଁ ବୋଲି କହିଛନ୍ତି ପ୍ରସନ୍ନ । ବିଜେପିକୁ ଟାର୍ଗେଟ କରି ପ୍ରସନ୍ନ କହିଛନ୍ତି, ଓଡ଼ିଶା ସ଼୍ବାର୍ଥରେ କୌଣସି ବାଧା ଆସିଲେ ସେଥିରେ ବିଜେଡି ସାଲିସ୍‌ କରିବ ନାହିଁ । ପୂର୍ବରୁ ଆମେ ଦିଲ୍ଲୀରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସୁଥିଲୁ । କିନ୍ତୁ ବିଧାନସଭାରେ ଓଡ଼ିଶା ସ଼୍ବାର୍ଥକୁ ନେଇ ସାଲିସ୍‌ କରାଯିବନି । ଏଥିସହତି ନିଟ୍‌ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଏବଂ ଅନିୟମିତତାକୁ ଦୃଢ ନିନ୍ଦା କରିବା ସହ ଏକ ଉଦ୍‌ବେଗଜନକ ପ୍ରସଙ୍ଗ ବୋଲି କହିଛନ୍ତି ପ୍ରସନ୍ନ ।

Leave A Reply

Your email address will not be published.