Latest Odisha News

BREAKING NEWS

ନିର୍ବାଚନରେ କେଉଁ ପ୍ରସଙ୍ଗରେ ଭୋଟ୍ ମାଗିବ ବିଜେଡି, ରାଜ୍ୟ ସରକାରଙ୍କ ବିଜ୍ଞାପନ ଦେଲା ବଡ଼ ବାର୍ତ୍ତା!

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ନେଇ ଚର୍ଚ୍ଚା ଚାଲିଛି। ଯଦି ସମ୍ପର୍କର ଦୂରତା କମୁଛି ତାହେଲେ ଆଗାମୀ ଦିନରେ କାହାକୁ ମୁଦ୍ଦା କରି ନବୀନ ସରକାର ଭୋଟ୍ ମାଗିବେ ସେ ନେଇ ବିିଭିନ୍ନ ଆଲୋଚନା ହେଉଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ବେଳକୁ ରାଜ୍ୟରେ ନୂଆ ସରକାର ନିର୍ବାଚିତ ହେବେ। ଅର୍ଥାତ ନିର୍ବାଚନୀ ମାହୋଲ ଭିତରେ ଚଳିତ ଥର ସ୍ବାଧୀନତା ଦିବସ ସମସ୍ତଙ୍କ ପାଇଁ ଖାସ।

BjdElectrycity

ଏହି ଅବସରରେ ଦୈନିକ ଖବରକାଗଜରେ ଦେଖିବାକୁ ମିିଳିଛି ମାଳ ମାଳ ବିଜ୍ଞାପନ। ଯେଉଁଥିରେ ବିଭିନ୍ନ ବର୍ଗର ବିଜ୍ଞାପନ ରହିଛି। କିନ୍ତୁ ସବଠୁ ଚର୍ଚ୍ଚା ହେଉଛି ସ୍ବାଧୀନତା ଦିବସରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଜ୍ଞାପନକୁ ନେଇ। ଯେଉଁଥିରେ ‘ରୂପାନ୍ତରିତ ପଥେ ଓଡ଼ିଶା’ ବୋଲି ଉଲ୍ଲେଖ ରହିବା ସହ ରାଜ୍ୟ ସରକାରଙ୍କ ଲୋଗୋ, 5ଟି ଲୋଗୋ ଓ ମୋ ସରକାରର ଲୋଗୋ ରହିଛି।

ତେବେ ଏହି ବିଜ୍ଞାପନ ସାଧାରଣ ଲୋକଟେ ପାଇଁ ଯେତିକି ସରଳ ତାହା ପଛରେ ଆଉ ଏକ କାରଣ ରହିଥିବା ଚର୍ଚ୍ଚା ହେଉଛି। ବିଜ୍ଞାପନ ଜରିଆରେ ରାଜ୍ୟ ସରକାର କେଉଁ କେଉଁ ଯୋଜନା ଜରିଆରେ ବିକାଶର ବାଟ ବାଛିଛନ୍ତି ସେ ବାବଦରେ ଉଲ୍ଲେଖ ରହିଛି। ସ୍ବାସ୍ଥ୍ୟ, କୃଷି, ଶିକ୍ଷାଠୁ ଆରମ୍ଭ କରି ସେତୁ ତିଆରି ପାଇଁ ରାଜ୍ୟର ନବୀନ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ବାବଦରେ ଉଲ୍ଲେଖ ରହିଛି।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ଆସିଥିଲେ ଓଡ଼ିଶା। ଏହି ସମୟରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ସେହିପରି ଏନଡିଏରେ ନଥାଇ ସଂସଦରେ ଦୁଇ ଦଳର ହାବଭାବ ଜାତୀୟ ରାଜନୀତିରେ ଗୋଟିଏ ବଡ ଚର୍ଚ୍ଚା ପାଲଟିଥିବା ବେଳେ ବିରୋଧୀ ଶିବିର ମଧ୍ୟ ନବୀନଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ଏହି ସମୟରେ ଶାହଙ୍କ ସହ ନବୀନଙ୍କ ଭେଟ ପରେ କୁଆଡେ ବିଜେଡି ଆଉ କେନ୍ଦ୍ରୀୟ ଅବହେଳା କଥା ଉଠାଇବ ନାହିଁ ବୋଲି ଏବେ ନିଷ୍ପତ୍ତି ନିଆଯାଇଛି। ଏମିତିକି କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ସେଭଳି କୌଣସି ଆକ୍ରମଣାତ୍ମକ ମନୋଭାବ ରଖିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ତେବେ ଏହାକୁ ନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, 20 ସୁତ୍ରୀ ଯୋଜନାକୁ ନେଇ ଗାଁ ଗାଁରେ ପହଁଚିବେ ଦଳର କର୍ମକର୍ତ୍ତା ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ବିକାଶର ବ୍ୟାନର। ଅର୍ଥାତ ଏବେ ବିଜେଡି ଭୋଟ୍ ମାଗିବାକୁ ବିକାଶର କଥା କହିବ। ର୍ଆଉ କେନ୍ଦ୍ରୀୟ ଅବହେଳାର ନାରା ଦେବ ନାହିଁ। ଯାହା ରାଜ୍ୟ ବିଜେପି ପାଇଁ ଆଶ୍ୱସ୍ତିକର ଖବର।

ସେପଟେ ରାଜଧାନୀରେ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ନିଜ ସରକାରରେ ହୋଇଥିବା ବିକାଶର କଥା ଦୋହରାଇଛନ୍ତି। ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି। ଶିକ୍ଷା,ସ୍ୱାସ୍ଥ୍ୟ,ପର୍ଯ୍ୟଟନ,ଭିତ୍ତିଭୂମିର ବିକାଶ ହୋଇଛି ବୋଲି କହିବା ସହିତ ଅର୍ଥନୀତି ସମୃଦ୍ଧ ହେଉଛି। ରାଜ୍ୟରେ ଦାରିଦ୍ର୍ୟ କମିଛି, ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି ବୋଲି କହିଛନ୍ତି ନବୀନ।

ନୂଆ ଓଡ଼ିଶା ଯୋଜନାରେ ବର୍ଷକୁ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ବୋଲି ନବୀନ କହିଛନ୍ତି। ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବାକୁ ହେବ। ଏକ ସମୃଦ୍ଧ ଓଡ଼ିଶା ଓ ରୂପାନ୍ତରିତ ଓଡ଼ିଶା ପାଇଁ ସଂକଳ୍ପ ନେବାର ସମୟ ଆସିଛି ବୋଲି ସେ ଆହ୍ବାନ କରିଛନ୍ତି।

Leave A Reply

Your email address will not be published.