କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛି ଶାସକ ବିଜୁ ଜନତା ଦଳ । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ରାଜ୍ୟ ରାଜନୀତିର ହେଭିୱେଟ୍ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି ।
ଏହି ବିଜୟ ହାସଲ କରିବା ପରେ ବିଜେଡ଼ି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି ।
ମିଳିଥିବା ସୂଚନାଅନୁଯାୟୀ, ୧୮ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ସାବିତ୍ରୀ ଅଗ୍ରୱାଲ – (ବିଜେଡ଼ି) – ୯୫,୧୬୨ ଖଣ୍ଡ ଭୋଟ, ବିଜୟ ମହାପାତ୍ର – (ବିଜେପି) – ୭୭,୫୦୭ ଖଣ୍ଡ ଭୋଟ ଏବଂ
(କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି –୨୦୯୦ ଖଣ୍ଡ ଭୋଟ ପାଇଛନ୍ତି । ପୋଷ୍ଟାଲ୍ ଭୋଟ ଗଣତି ପରେ ହିଁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ ।
୧୮ ରାଉଣ୍ଡ ଶେଷ ସୁଦ୍ଧା ଭୋଟ୍ ଗଣତି:![]()
ସାବିତ୍ରୀ ଅଗ୍ରୱାଲ – (ବିଜେଡ଼ି) – ୯୫,୧୬୨ ଖଣ୍ଡ ଭୋଟ୍
ବିଜୟ ମହାପାତ୍ର – (ବିଜେପି) – ୭୭,୫୦୭ ଖଣ୍ଡ ଭୋଟ୍
ଜୟନ୍ତ ମହାନ୍ତି – (କଂଗ୍ରେସ) ୨୦୯୦ ଖଣ୍ଡ ଭୋଟ୍
ପାଟକୁରାରେ ଜୁଲାଇ ୨୦ ରେ ଅନୁଷ୍ଠିତ ହୋଇଥିଲା ଭୋଟଗ୍ରହଣ । ଏଠାରେ ୭୨.୭୫ ପ୍ରତିଶତମତଦାନ ହୋଇଥିବା ଯୋଗୁଁ ଏଠାରେ ଫଳାଫଳ କ’ଣ ହେବ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଗତ ଓଡ଼ିଶା ବିଧାନସଭା ନିର୍ବାଚନରେ ରେକର୍ଡ଼ ୭୩.୦୮ ପ୍ରତିଶତ ମତଦାନ ହୋଇଥିବା ସତ୍ୱେ ଶାସକ ବିଜେଡ଼ି ସର୍ବାଧିକ ୧୧୨ ଆସନ ହାସଲ କରିପାରିଥିଲା ।