Latest Odisha News

ବିଜେଡି ଦଖଲରେ ବାଲେଶ୍ୱର ଓ ତିର୍ତ୍ତୋଲ; ବିଜୟୀ ପ୍ରାର୍ଥୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ବାଲେଶ୍ଵରରେ ପୁଣି ବାଜିଲା ଶଙ୍ଖ। ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଲାଗି ଆସନ ଲାଗି ଚାଲିଥିବା ଭୋଟ ଗଣତି ଶେଷ ହୋଇଛି। ଏହି ଦୁଇ ଉପନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ୍‌ କରିଛି । ଯଦିଓ ବିଜେଡିର ବିଜୟ ସୁନିଶ୍ଚିତ ହୋଇଛି ତେବେ ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ସ୍ୱରୂପ କୁମାର ଦାସ ଓ ବିଜୟ ଶଙ୍କର ଦାସଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟ୍‌ କରି ନବୀନ ଲେଖିଛନ୍ତି, “ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ”।

ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ଆସନରେ ବିଜେଡି ନିଜର ଆଧିପତ୍ୟ ବିସ୍ତାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦିବଂଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧୭୦୩ଟି ଭୋଟରେ ବିଜୟୀ ହୋଇଛନ୍ତି। ବିଜୟଙ୍କୁ ୮୮୩୧୦ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ରାଜକିଶୋର ବେହରାଙ୍କୁ ୪୬୬୦୭ ଭୋଟ ମିଳିଛି।

ସେହିପରି ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩୧୯୫ ଭୋଟରେ ପରାଜିତ କରି ବିଜୟ ଲାଭ କରିଛନ୍ତି ସ୍ୱରୂପ ଦାସ।ତିର୍ତ୍ତୋଲ ଓ ବାଲେଶ୍ଵରରେ ବିଜେଡି ପ୍ରାର୍ଥୀ ବିଜୟୀ ହେବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି।

Leave A Reply

Your email address will not be published.