Latest Odisha News

ପୁନର୍ଗଠିତ ହେଲା ବିଜେଡି ମିଡିଆ ଟିମ୍; କିଏ ରହିଲା, କିଏ ଗଲା ?

ଭୁବନେଶ୍ୱର: ବିଜେଡି  ମିଡିଆ ଟିମର ପୁନର୍ଗଠନ ହୋଇଛି । ଦୀର୍ଘ ୩ବର୍ଷ ପରେ  ଏହାର ପୁନର୍ଗଠନ କରିଛି ଦଳ । କିଛି ନେତା ଏଥିରୁ ବାଦ ପଡିଥିବାବେଳେ କେତେ ନୂଆ ମୁହଁ ଦେଖିବାକୁ ମିଳିଛି । ନୂଆ ଟିମରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣ ରହିଛନ୍ତି

BjdElectrycity

ସାଂସଦ ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଏଥର ବାଦ୍ ଦିଆଯାଇଛି । ଅନ୍ୟପକ୍ଷେ ମାନସ ମଙ୍ଗରାଜଙ୍କୁ ଜାତୀୟ ମୁଖପାତ୍ର ଭାବେ ସାମିଲ କରାଯାଇଛି । ସେହିପରି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଯୁବ ବିଜେଡି ମହାସଚିବ ଏଲିନା ଦାଶଙ୍କୁ ମିଡିଆ କମିଟିରୁ ବାଦ୍ ଦିଆଯାଇଛି।

  ଜାତୀୟ ମୁଖପାତ୍ର ଭାବେ  ୫ଜଣଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମାନସ ମଙ୍ଗରାଜ,  ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ  ।  ଚଳିତଥର ବି ୧୬ଜଣ ମୁଖପାତ୍ର ରହିଛନ୍ତି । ସେମାନେ ହେଲେ ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ ମାଝୀ,   ସେହ୍ନାଙ୍ଗିନୀ ଛୁରିଆ, ଅନୁଭବ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର, ସଞ୍ଜୟ ବାବୁ, ସୁଲତା ଦେଓ, ଲେନିନ୍ ମହାନ୍ତି, ଚିନ୍ମୟ ସାହୁ , ହରିଶ ଚୌଧୁରୀ ଓ ଗୌତମବୁଦ୍ଧ ଦାସ  ।   ତେବେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ରମେଶ ମାଝୀ, ବିଧାୟକ ବ୍ୟୋମକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ, ଲୋପାମୁଦ୍ରା ବକ୍ସିପାତ୍ର ଓ ଏଲିନା ଦାଶଙ୍କୁ ମୁଖପାତ୍ର ଟିମରୁ ବିଦା କରାଯାଇଛି ।
ଅନ୍ୟ ୬ଜଣ ପ୍ୟାନେଲିଷ୍ଟ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ତୁମ୍ଭନାଥ ପଣ୍ଡା, ଓମପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ ଓ ଅମିତ୍ ମଲ୍ଲିକଙ୍କୁ ମୁଖପାତ୍ର ତାଲିକାରେ ସାମିଲ କରାଯାଇଛି।

 

Leave A Reply

Your email address will not be published.