Latest Odisha News

BREAKING NEWS

ବଦଳି ନୀତିରେ ଉଲ୍ଲଂଘନ ଅଭିଯୋଗ, ଶାସକ ଦଳକୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ତିନି ବର୍ଷ ପରେ ବଦଳି ହେବା ନିୟମକୁ ବେଖାତିର କରି ଓଡିଶାର ରାଜସ୍ୱ ବିଭାଗ ଅନେକ ବର୍ଷ ଧରି ଗୋଟିଏ ସ୍ଥାନରେ ଅଧିକାରୀ ଓ କର୍ମଚାରୀକୁ ପଦବୀରେ ବସାଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ଅଧିକାରୀ, କିରାଣୀ ଓ ସହାୟକଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯୁଗ୍ମ ସଚିବ ଏକ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ପାଳନ କରାଯାଉନଥିବା କହି ବିଜେପି ଓ କଂଗ୍ରେସ ଏ ନେଇ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛନ୍ତି।

ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବ୍ଲକସ୍ତରରେ ଏଭଳି ଅନେକ ଅଧିକାରୀ ଅଛନ୍ତି, ଯେଉଁମାନେ ଗତ ୧୦ ବର୍ଷ ହେଲା ଗୋଟିଏ ଜାଗରେ ରହି କାମ କରି ଆସୁଛନ୍ତି। ଯଦି ରାଜସ୍ୱ ବିଭାଗ ଏ ନେଇ ଚିଠି ଦେଇଛି, ତେବେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ନା ନାହିଁ ତାହା ଦେଖିବା କଥା।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବଦଳି ନେଇ ସମାନ ଯୁକ୍ତି ବାଢିଛନ୍ତି। ସେ କହିଛନ୍ତି, ଅଫିସରଙ୍କର ବଦଳି ନକରାଯାଇ କିରାଣୀଙ୍କର ବଦଳି ହେଲେ ଲୋକେ ନିନ୍ଦା କରିବେ।

ତେବେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି, ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ । ତେଣୁ ଲଗାତର ୫ ଥର ହେବ ବିଜେପି ନିର୍ବାଚନ ଜିତିବାରେ ସଫଳ ହୋଇଛି। ଆଗାମୀ ଦିନରେ ମଧ୍ୟ ପୁଣି ଜିତିବ।

ତେବେ ବିଜେଡି ବିଧାୟକ ଏପରି କହିବା ସରକାରଙ୍କ ବଦଳି ନୀତିର କାର୍ଯ୍ୟକାରିତା ଓ ସରକାରୀ ବିଭାଗରେ ଏହାର ପ୍ରୟୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.