Latest Odisha News

BREAKING NEWS

ବିଜେପି କଙ୍ଗନାଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ: ସଞ୍ଜୟ ରାଉତ

ମୁ୍‌ମ୍ବାଇ: ମୁମ୍ବାଇକୁ ପାକିସ୍ତାନ ଅଧିକୃତ ପିଓକେ କହିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇର ମହତ୍ୱକୁ କମ କରିବାକୁ ପ୍ରଚେଷ୍ଟା ଚାଲିଛି ଏବଂ ସହରକୁ ବଦନାମ୍ କରିବା ପାଇଁ ମଧ୍ୟ ଷଡଯନ୍ତ୍ର କରାଯାଉଛି । “ଏଭଳି କଠିନ ସମୟରେ ସମସ୍ତ ମରାଠା ମାନଙ୍କୁ ଏକଜୁଟ ହେବା ଆବଶ୍ୟକ”।

କଙ୍ଗନା ରାଣାୱତଙ୍କୁ ସମର୍ଥନ କରିବା ଏବଂ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିଜେପି ନିଜ ପକ୍ଷ ଜରିଆରେ ବିହାର ନିର୍ବାଚନରେ ଫାଇଦା ଉଠାଇବାକୁ ଚାହୁଁଛି ।

ଏପରିକି ଏଭଳି କରି ବିଜେପି ବିହାରର କ୍ଷତ୍ରୀୟ ଓ ରାଜପୁତ ମାନଙ୍କର ଭୋଟ୍ ହାତେଇବା ପାଇଁ ଚାହୁଁଛି ବୋଲି ସଞ୍ଜୟ ଆକ୍ଷେପ କରିଛନ୍ତି ।

Leave A Reply

Your email address will not be published.