Latest Odisha News

BREAKING NEWS

ପଦ୍ମପୁର: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ କରିବେ

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଆଜି ନାମାଙ୍କନ ଦାଖଲ ନେଇ ଦଳ ପକ୍ଷରୁ କାର୍ଯ୍ୟକ୍ରମ ରହିଛି । ସେଦିନ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ଭାବେ  ସତ୍ୟଭୂଷଣ ସାହୁଙ୍କ ନାମ ଘୋଷଣା କରିଥିଲା । ତେବେ ବିଜେଡିରୁ ପ୍ରାର୍ଥୀଙ୍କ ନାମ ଏଯାଏଁ ପ୍ରାର୍ଥୀ ଚୂଡାନ୍ତ ହୋଇପାରିନି ।

ତେବେ ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା, ଝିଅ ବର୍ଷା ବରିହା ଓ ପୁତୁରା ବୋହୂ ମାଧବୀ ସିଂ ବରିହାଙ୍କ ନାମ ଚର୍ଚ୍ଚାକୁ ଆସିଛି । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ଓ ୮ ତାରିଖରେ ଫଳାଫଳ ଘୋଷଣା ହେବା ବୋଲି ଭାରତୀୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ନଭେମ୍ୱର ୧୭ ତାରିଖ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବାର ଶେଷ ଦିନ, ଯାଞ୍ଚର ଶେଷ ତାରିଖ ୧୮ତାରିଖ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୨୧ ତାରିଖ ଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.