Latest Odisha News

BREAKING NEWS

୨ ରାଉଣ୍ଡ ଗଣତି ପରେ ଧାମନଗର ଉପନିର୍ବାଚନ ଫଳାଫଳ, ବଢୁଛି ଉତ୍କଣ୍ଠା

ଧାମନଗର: ଆଉ ରହିଲା ୨ ରାଉଣ୍ଡ । ୪୬ ନମ୍ୱର ନିର୍ବାଚନମଣ୍ଡଳୀ ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୬ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୯୭୨ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୭୦,୯୪୬ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୬୨,୯୭୪ ଭୋଟ୍ ।  କଂଗ୍ରେସ ବହୁ ପଛରେ ରହିଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୦୧୯  ଖଣ୍ଡ ଭୋଟ୍ ମିଳିଛି ।ରାଜେନ୍ଦ୍ର କୁମାର ଦାସଙ୍କୁ ୭,୫୭୭ ଖଣ୍ଡ ଭୋଟ୍ ମିଳିଛି ।

Comments are closed.