Latest Odisha News

BREAKING NEWS

ବିଏମସି ନିର୍ବାଚନରେ ଏକତ୍ର ଲଢ଼ିବେ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ: ଆଗାମୀ ବମ୍ବେ ମ୍ୟୁନିସପାଲ କର୍ପୋରେଶନ (ବିଏମସି) ନିର୍ବାଚନ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ଏକତ୍ର ଲଢ଼ିବେ । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ସମୟରେ ହୋଇଥିବା ଆଲୋଚନାରେ ସମସ୍ତ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି । ଏହି ନିର୍ବାଚନରେ ଆମେ ଜିତିବୁ ବୋଲି ଫଡନାଭିସ ଦୃଢ଼ତା ସହକାରେ କହିଛନ୍ତି । ଉଦ୍ଧବ ଠାକରେଙ୍କ ଶିବସେନାକୁ ହଟାଇବାକୁ ହେଲେ ଆମକୁ ଏହା ଶେଷ ଯୁଦ୍ଧ ଭାବେ ଲଢ଼ିବାକୁ ହେବ ବୋଲି ଏକନାଥ କହିଛନ୍ତି । ଏହା ଦ୍ୱାରା ଆମେ ସବୁ ଦିନ ପାଇଁ ସେମାନଙ୍କୁ ହଟାଇପାରିବୁ ।

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ଏହି ବୈଠକରେ ସିନ୍ଦେ ଦଶହରା ରାଲୀ ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ବିଏମସି ନିର୍ବାଚନ ଏବଂ ଦଶହରା ରାଲୀ ଉଦ୍ଧବ ଠାକରେଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସେ ଯଦି ଏଥିରେ ବିଫଳ ହେବେ ତାହାହେଲେ ତାଙ୍କ ହାତରୁ ଶିବସେନା ଖସିଯିବା କିଛି ବଡ କଥା ହେବ ନାହିଁ ।

Comments are closed.