ଇନ୍ଦୋର: ବିଜେପି ପକ୍ଷରୁ ଏବେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି । ଏହାଉ ଉଦ୍ଦେଶ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ନୂତନ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରାଇବା । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦ ଯାତ୍ରାରେ ଏକ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗେଇ ପ୍ରଚାର କରିବା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ।
ପୂର୍ବତନ କର୍ପୋରେଟର ରାମଦାସ ଗର୍ଗ ଘୋଡାକୁ ରଙ୍ଗେଇଥିଲେ । ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଛି । ଏପରିକି ବିଜେପି ଏମପି ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ସ ଫର ଆନିମଲ୍ସ ପଶୁଙ୍କ ବିରୋଧରେ କ୍ରୁରତା ଆଇନ ଆଧାରରେ ମାମଲା ରୁଜୁ କରିଛି ।
Comments are closed.