Latest Odisha News

BREAKING NEWS

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି

ନୂଆପଡା: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ । ସକାଳ ୬ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅଖ ଚକ ବନ୍ଦ ରହିବ । ଦୀର୍ଘ ୮ ଘଣ୍ଟା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବ ରାଜ୍ୟ ବିଜେପି ।

ବନ୍ଦ ଯୋଗୁଁ ନୂଆପଡ଼ା ଜିଲ୍ଲାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ, କଲେଜ, ସହ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ଜିଲ୍ଲା ରେ ଜନଜୀବନ ପ୍ରଭାବିତ ହୋଇଛି ।

ଏହି ଆନ୍ଦୋଳନରେ ବିଜେପି ବିଭିନ୍ନ ଦାବି ରଖିଛି । ସେଥିମଧ୍ୟରୁ ନୂଆପଡ଼ା ଜିଲ୍ଲାର ଚାଷୀ ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବି ମୁଖ୍ୟ । ଯାହାକୁ ନେଇ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.