Latest Odisha News

BREAKING NEWS

୩୦ ମିନିଟ୍‌ ଧରି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୋଲିସର ଜେରା

କୋଲକାତା: ଭେଟେରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ବୁଧବାର କୋଲକାତା ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ମିଥୁନଙ୍କୁ ୧୦ ମିନିଟରୁ ୩୦ ମିନିଟରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବୟାନ ରେକର୍ଡ କରିଥିଲା।

ଅଭିଯୋଗକାରୀ ଦାବି କରିଛନ୍ତି ଯେ ମିଥୁନ ଚକ୍ରବର୍ତ୍ତୀ “ମାର୍ବୋ ଏଖାନେ, ଲାଶ ପୋର୍ବ ଶୋଶାନ” ଏବଂ “ଏକ ଚୋବୋଲ ଚୋବି” ଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବଙ୍ଗଳା ବିଧାନସଭା ନିର୍ବାଚନ ପୂର୍ବରୁ କୋଲକାତାରେ ଏକ ବିଜେପି ପ୍ରଚାର ରାଲିରେ ମିଥୁନ ଏ କଥା କହିଥିଲେ।

ମିଥୁନ ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ ଏଭଳି ଶବ୍ଦ କେବଳ ଫିଲ୍ମି ଡାଏଲଗ୍‌ ଥିଲା। ଏହା କୌଣସି ଅପରାଧ ସହ ଜଡିତ ନୁହେଁ।

Comments are closed.