Latest Odisha News

BREAKING NEWS

ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣୁଛି: ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ବିରୋଧୀ ଦଳ ବିଜେପି ନିଶ୍ଚିତ ପରାଜୟର ସମ୍ମୁଖୀନ ହେଉଥିବାରୁ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବିରୋଧରେ ବିଜେପି ଅଭିଯୋଗ କରିଛି ବୋଲି ବିଜେଡି କହିଛି।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ନିର୍ବାଚନ ପୂର୍ବରୁ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ବିଜେପିର ଅଭ୍ୟାସ। ୨୦୧୯ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ଅଧିକାରୀମାନଙ୍କୁ ଦାୟୀ କରିବାରେ ଲାଗିଥିଲା। ତେଣୁ ମୁଖ୍ୟ ବିରୋଧୀ ଦଳ ଏଥର ସମାନ ଅଭିଯୋଗ ଆଣିବା ଆଶ୍ଚର୍ଯ୍ୟଜନକ ନୁହେଁ।

ଏହି ନିର୍ବାଚନରେ ବିଜେପି ନିମ୍ନସ୍ତରକୁ ଖସି ଆସିଛି ବୋଲି ଦର୍ଶାଇ ସସ୍ମିତ ପାତ୍ର କହିଛନ୍ତି। ଏବେ ବିଡିଓ, ତହସିଲଦାର, ଡିଏସପି ଓ ପୁଲିସ ଇନ୍ସପେକ୍ଟରଙ୍କୁ ଧମକ ଦେଉଛି ବିଜେପି। ଚଳିତ ନିର୍ବାଚନରେ ବିଜେପି ନୂଆ ରଣନୀତି ଆପଣାଇଛି। ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରି ବଦଳି କରାଇଦେବାକୁ ରାଜ୍ୟ ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି। ଏ ନେଇ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରାଯାଇଛି।

ଏହା ପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ପ୍ରଚାରରେ ଆଇପିଏସ୍ ଅଧିକାରୀ ଡିଏସ୍ କୁଟେ ବିଜେଡିକୁ ଫାଇଦା ଦେଉଥିବା ଅଭିଯୋଗ କରି ନିର୍ବାଚନ କମିସନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦାଖଲ କରିଥିଲେ।

Comments are closed.