ନୂଆଦିଲ୍ଲୀ:କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଜନସମ୍ପର୍କ ଅଭିଯାନ । ରାହୁଲ ସାରା ଦେଶ ବୁଲି ସମର୍ଥନ ସାଉଁଟିବା ଉଦ୍ୟମ କରିବା ପରେ ଏବେ ସେହି ରାସ୍ତାରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୯ ବର୍ଷ ପୂରଣ ହୋଇଛି । ଏହି ଅବସରରେ ମୋଦି ସରକାର ପକ୍ଷରୁ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ରାଜସ୍ଥାନରୁ ଆରମ୍ଭ ହେବ ଏବଂ ଆଜିଠାରୁ ଆରମ୍ଭ ହେବ । ରାଜସ୍ଥାନର ଆଜମେରରୁ ଆରମ୍ଭ ହେବ ଏହି ମେଗା ରାଲି । ଏହି ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ଏକ ମାସ ଧରି ଚାଲିବ ଏହି ଅଭିଯାନ ।
ଦଳୀୟ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜମେରରୁ ଏହି ଅଭିଯାନ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ପୁଷ୍କରସ୍ଥିତ ବ୍ରହ୍ମା ମନ୍ଦିର ଯିବେ । ତା’ପରେ ୩୦ ଦିନ ଧରି ବିଜେପିର ବରିଷ୍ଠ ନେତା ସାରା ଦେଶରେ ୫୧ ରାଲିକୁ ସମ୍ବୋଧିତ କରିବେ । ପାର୍ଟିର କହିବା ଅନୁଯାୟୀ, ୫୦୦ ସଭାର ଆୟୋଜନ କରାଯିବ । ଦଳୀୟ ସୂଚନା ଅନୁଯାୟୀ, ଏହି ଅବସରରେ ଦଳର ସଦସ୍ୟ ୫ ଲକ୍ଷରୁ ଅଧିକ ପରିବାର ସହ ସମ୍ପର୍କ ରଖିବେ । ପ୍ରତି ଲୋକସଭାରେ ଏକ ହଜାର ପରିବାର ସହ ସମ୍ପର୍କ ରଖିବେ ।
ପାର୍ଟି ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ କ୍ଲଷ୍ଟର ସେ ବାଣ୍ଟି ଦିଆ ଯାଇଛି । ଗୋଟିଏ କ୍ଲଷ୍ଟରରେ ତିନରୁ ଚାରି ଲୋକସଭା କ୍ଷେତ୍ର ରହିବ । ବରିଷ୍ଠ ନେତା, ମନ୍ତ୍ରୀ ଏଥିରେ ସାମିଲ ରହିବେ ଏବଂ ପ୍ରତି କ୍ଲଷ୍ଟରରେ ୮ ଦିନ ଲେଖାଏ ବିତାଇବେ । ଏଥିସହିତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ କରିବେ ।
ଦିଲ୍ଲୀରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ସହ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଆଲୋଚନା ହେବାର ଦିନକ ପରେ ହେବାକୁ ଯାଉଛି । କଂଗ୍ରେର ଏହି ହାଇଲେବଲ ମିଟିଂରେ ରାଜସ୍ଥାନ ରାଜନୀତିରେ ଚାଲିଥିବା ବିବାଦର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା ।
Comments are closed.