Latest Odisha News

ପୁରୀ ମେଡିକାଲ କଲେଜରେ ହେବକି ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା, ସଂସଦରେ ଦାବି ଉଠାଇଲେ ସମ୍ବିତ

ନୂଆଦିଲ୍ଲୀ: ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ସାଂସଦ ସମ୍ବିତ ପାତ୍ର ଓଡିଶାର ସ୍ବାର୍ଥ ପାଇଁ ପୁଣି ଦାବି ଉଠାଇଛନ୍ତି। ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ (SJMCH) ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ସେ ଦାବି କରିଛନ୍ତି।

ଲୋକସଭାରେ ଜିରୋ ଆଓ୍ଵାର ସମୟରେ ମେ ୨୯ରେ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ହୋଇଥିବା ଦୁର୍ଘଟଣାର ଉଦାହରଣ ଦେଇଥିଲେ ଏହି ଦାବି କରିଛନ୍ତି।

ପୁରୀର ନିକଟସ୍ଥ ବର୍ନ ୟୁନିଟ ଡାକ୍ତରଖାନା ଭୁବନେଶ୍ୱରରେ ଅଛି, ଯାହାକି ୭୦ କିଲୋମିଟର ଦୂର ବୋଲି ସେ କହିଛନ୍ତି।

ପ୍ରତିବର୍ଷ ପୁରୀକୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବର୍ଣ୍ଣ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ଖୋଲିବାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଅନୁରୋଧ କରୁଛି।

 

Comments are closed.