ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ଚାଲିପାରିନି । ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକାର୍ଯ୍ୟ ଚାଲିପାରି ନ ଥିଲା ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରତିବାଦ କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ ବାଚସ୍ପତି । ସେପଟେ ନିଜ ଅଭିଯୋଗ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲେ ବିଜେପି ବିଧାୟକ ଦଳ ।
ବିଜେପି ବିଧାୟକ ଦଳ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଆଦିବାସୀ ଜମି ହସ୍ତାନ୍ତର ବିଲକୁ ପ୍ରହ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଏ ନେଇ ଏକ ସ୍ମାରକପତ୍ର ମଧ୍ୟ ରାଜ୍ୟପାଳକୁ ଦେଇଛନ୍ତି । ବିଜେପି ବିଧାୟକମାନେ ଚାଲି ଚାଲି ରାଜଭବନକୁ ଯାଇଥିଲେ ।
ବିଜେପି କହିଥିଲେ, ରାଜ୍ୟ ସରକାର ଟ୍ରାଇଭାଲ ଆଡଭାଇଜରି କାଉନସିଲ(ଟିଏସି)ର ମତକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି । ହେଲେ ଟାକ ପକ୍ଷରୁ ଆଦିବାସୀ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଆଣିବାର ବ୍ୟବସ୍ଥା କରିବା ଲାଗି ଆଇନ କୋହଳ କରିବାକୁ କହିଥିଲେ । ହେଲେ ରାଜ୍ୟ ସରକାର ଆଦିବାସୀଙ୍କ ଜମିକୁ ସମ୍ପୂର୍ଣ୍ଣ ହସ୍ତାନ୍ତର କରିବା ପାଇଁ ଯୋଜନା କରୁଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ନେତା କହିବା ସହ ଏହି ବିଲକୁ ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।
ଏଦିଗରେ ରାଜ୍ୟପାଳ ଆଦିବାସୀଙ୍କ ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଥିଲେ ।
Comments are closed.