Latest Odisha News

BREAKING NEWS

ସରକାରୀ ଚାକିରି ଏଠି ବିକ୍ରି ହେଉଛି: ପ୍ରଶ୍ନପତ୍ର ଲିକ୍ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ନିଯୁକ୍ତି ବିକ୍ରି ହେଉଛି । ସରକାରୀ ଚାକିରିରେ ଦୁର୍ନୀତି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି ।  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ୧୬ ତାରିଖ କରିଥିବା ଏକ ପରୀକ୍ଷାକୁ ଗତକାଲି  ବାତିଲ କରିଛି । କାରଣ ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭଯୋଗ ହୋଇଛି । ବାଲେଶ୍ୱର ପୋଲିସ ୯ ଜଣ ଦଲାଲଙ୍କୁ ଗିରଫ କରିଥିଲା । ଏମାନେ ସମସ୍ତେ ବିହାରର । ତେବେ ବିହାର ଓ ଆନ୍ଧ୍ର ଦଲାଲଙ୍କ ହାତକୁ ପ୍ରଶ୍ନ ପତ୍ର ଗଲା କେମିତି ? ତାହାର ତଦନ୍ତ କାହିଁକି ହେଉନାହିଁ? ଏମିତି କହି ବିଜେଡି ଉପରେ ବର୍ଷିଛି ବିଜେପି ।

ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ଯେଉଁ ଦଲାଲମାନେ ଧରା ପଡିଛନ୍ତି ସେମାନେ ସମସ୍ତେ ରାଜ୍ୟ ବାହାରର  । ସେମାନଙ୍କୁ ପ୍ରଶ୍ନ ପତ୍ର କିଏ ଦେଲା ?  ଏଇ ଦଲାଲଙ୍କ ସହ ତାମିଲ ଲିଙ୍କ ନାହିଁ ତ ?  ଏଥିରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ? ଏମିତି ଅନେକ ପଶ୍ନ କରିଛି ବିଜେପି ।

ଖାଲି ଏହି ପରୀକ୍ଷା ନୁହେଁ ରାଜ୍ୟ ସରକାରଙ୍କର  OSSC, OPSC, OSSSC ସବୁ ପରୀକ୍ଷାରେ ଦୁର୍ନୀତି ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ଏଠାରେ ଚାକିରୀ ବିକ୍ରି ହେଉଛି  । ପ୍ରଶ୍ନ ପତ୍ର ପ୍ରସ୍ତୁତ, ଖାତା ଦେଖା ସଫ୍ଟୱେର, ପରୀକ୍ଷା ଫଳର ୱେବ୍ସାଇଟ ସବୁ ଅଣ ଓଡିଆ କମ୍ପାନୀମାନଙ୍କୁ ଠିକାରେ ଦିଆଯାଇଛି  ।

GA Department, Home Department ର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ  । ଦୁର୍ନୀତି ହେଉଛି, ପୋଲିସ ତଦନ୍ତ ଠିକ ଭାବରେ କରୁନାହିଁ  । ନିମ୍ନ ମଧ୍ୟବିତ୍ତ, ଗରିବ ଓଡିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତକୁ ବଳି ଦିଆଯାଉଛି  । ଅଣ ଓଡିଆ ଅଫିସରମାନେ ଓଡିଆ ପିଲାଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ  ।

Comments are closed.