Latest Odisha News

BREAKING NEWS

ଆସାମରେ କିଏ ମୁଖ୍ୟମନ୍ତ୍ରୀ: ସସପେନ୍ସ ଭିତରେ ସର୍ବାନନ୍ଦ ସୋନଓ୍ୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଦିଲ୍ଲୀ ଡକରା

ନୂଆଦିଲ୍ଲୀ: ଆସାମରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଣ୍ଡୁନି । କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? ଦିନ ଗଡ଼ିବା ସହ ସସପେନ୍ସ ବଢୁଛି । ଦୁଇ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଭିତରେ ଆଜି ଦିଲ୍ଲୀରେ ବିଜେପି କରିବ ମାନସମନ୍ଥନ । ଏଥିପାଇଁ ସର୍ବାନନ୍ଦ ସୋନୋଓ୍ୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଦୁଇ ଜଣଙ୍କ ସହ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବେ ।

ସାଢ଼େ ୧୦ଟାରେ ଦିଲ୍ଲୀରେ ଆସାମ ମୁଖ୍ୟମନ୍ତ୍ରୀ ନେଇ ଆଲୋଚନା କାର୍ୟ୍ୟକ୍ରମ ରହିଛି । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ଅମିତ ଶାହ, ବିଏଲ୍ ସନ୍ତୋଷ ଅ ଅନ୍ୟ ନେତାଙ୍କ ଉପସ୍ଥିତିରେ ସରକାର ଗଠନ ନେଇ ବିଚାରବିମର୍ଶ ହେବ ।

୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ ବିଜେପି ଏକାକୀ ୬୦ଟି ଆସନ ଜିତି ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇଛି । ସହଯୋଗୀ ଆସାମ ଗଣପରିଷଦ ୯ ଓ ୟୁପିପିଏଲ୍ ପ୍ରାର୍ଥୀ ୬ଟି ଆସନରେ ବିଜୟୀ ହୋଇଛନ୍ତି । ଏନଡିଏ ମେଣ୍ଟ ମୋଟ୍ ୭୫ ଆସନରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.