Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବାକୁ ବିଜେପିର ଅପିଲ୍

ଭୁବନେଶ୍ବର : ଆସନ୍ତାକାଲି କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ । ହେଲେ ଏହି ନିର୍ବାଚନରେ ଭାଗ ନନେବାକୁ କୋଟିଆ ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କୁ ଅପିଲ କରିଛି ରାଜ୍ୟ ବିଜେପି । ସୀମାନ୍ତ ଅଞ୍ଚଳରେ ଆନ୍ଧପ୍ରଦେଶର ସରକାରୀ ଅଫିସର କିଛି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

ଆଜି ରାଜ୍ୟ ବିଜେପି ସଭାପତି ଓ ବିରୋଧୀ ଦଳ ନେତା କୋଟିଆ ଓ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁକୁ ଗସ୍ତ କରି ସେଠାକାର ସମସ୍ୟା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ । କୋଟିଆ ପରେ ବିଜେପି ଟିମ୍ ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସୀମାନ୍ତ ଅଞ୍ଚଳରେ ବିଜେପି ଟିମକୁ ଦେଖିବା ପରେ ଛତ୍ରଭଙ୍ଗ ଦେଇଥିଲେ ଆନ୍ଧ୍ର ସରକାରୀ ଅଧିକାରୀ । ତେବେ ସରକାର ଓ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ପଡୋଶୀ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗାଁରେ ନିର୍ବାଚନ କରିବାକୁ ସାହସ କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

Comments are closed.