Latest Odisha News

BREAKING NEWS

ଅକ୍ଟୋବର ୨୭ରୁ ବିଜେପିର ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ଘେରାଉ

ଭୁବନେଶ୍ୱର : ଶାସକ ଦଳର ୧୯ ବର୍ଷର ଶାସନରେ ହୋଇଥିବା ଦୁର୍ନୀତି ଦର୍ଶାଇ ଆସନ୍ତା ୨୭ରେ ରାଜ୍ୟ ବ୍ୟାପୀ ସମସ୍ତ ବ୍ଲକକୁ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଚିଟ୍ ଫଣ୍ଡ ମହାଦୁର୍ନୀତି, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିରେ ଓଡିଆ ଆଜି ନିଷ୍ପେସିତ । ସେହିପରି କୃଷିଋଣ ଜାଲିଆତି, ଧାନ କିଣାରେ ଚଂଚକତା କରି ସହାୟକ ମୂଲ୍ୟ ନଦେବା, ଇନପୁଟ ସବସିଡ୍ ବାଟମାରଣା କରିବା ଓଡିଆ ଚାଷୀଙ୍କୁ ବାଧୁଛି । ଏହାର ବିରୋଧରେ ଆସନ୍ତା ୨୭, ୨୯ ଏବଂ ୩୦ ତାରିଖରେ ରାଜ୍ୟ ବ୍ୟାପି ସବୁ ବ୍ଲକରେ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ।

ଆହୁରି ମଧ୍ୟ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ଏଠାରେ ହୋଇଥିବା ‘ଆମ ଗାଁ ଆମ ବିକାଶ’ରେ ଏବେ ସରକାରୀ ପାଣ୍ଠି ବିଜେଡି ଦଲାଲଙ୍କ ଠିକାଦାର ବିକାଶରେ ପରିଣତ ହୋଇଛି । ସେହିପରି ଗ୍ରାମସଭା, ପଲ୍ଲୀସଭା ସରପଂଚ ଓ ସମିତିସଭ୍ୟଙ୍କ ଅଧିକାର ଛଡାଇ ନେଇ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଚିଠାରେ ବଣ୍ଟାଯାଉଛି କାମ । ବିନା ଟେଣ୍ଡରରେ ହେଉଥିବା କାମର ଟଙ୍କାକୁ ବିଜେଡି ନେତା ଓ କର୍ମୀମାନେ ଆତ୍ମସାତ୍ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଗଣମାଧ୍ୟମକୁ ଅଭିଯୋଗ କରି କହିଛନ୍ତି ବିଜେଡି ସରକାରଙ୍କ ପକ୍ଷରୁ ବିଜୁ ଯୁବ ବାହିନୀ ଗଠିତ ହୋଇ ଏଥିରେ ନୂତନ ସଦସ୍ୟ ମାନଙ୍କୁ ସାମିଲ କରାଯାଉଛି ଏବଂ ସେମାନଙ୍କୁ ମାସିକ ଭତ୍ତା ମଧ୍ୟ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଅନୁଗୁଳ ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.