Latest Odisha News

BREAKING NEWS

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ତାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଯିବା ପରେ ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଛନ୍ତି।

ସୂଚନା ଅନୁସାରେ, ପ୍ରବଳ ଥଣ୍ଡା ହେତୁ ଏଲ.କେ ଆଡଭାନୀ ତାଙ୍କର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ ତାଙ୍କ ଗସ୍ତକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଥିଲା । ୯୬ ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ଉକ୍ତ ସ୍ଥାନରେ ମହଜୁଦ ରହିବେ ବୋଲି ମଧ୍ୟ କୁହାଯାଇଥିଲା  । ତେବେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ବହୁତ ଖୁସି ବ୍ୟକ୍ତ କରିଥିଲେ ଆଡଭାନୀ । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସୁଯୋଗ ପାଇବା ଖୁବ୍‌ ସୌଭାଗ୍ୟର ବିଷୟ । କାରଣ ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଦେଶର ପବିତ୍ରତା, ମର୍ଯ୍ୟାଦାର ପ୍ରସଙ୍ଗ ଅଟେ ବୋଲି ମଧ୍ୟ କହିଥିଲେ ଆଡଭାନୀ । ତେଣୁ ଏପରି ସୁବର୍ଣ୍ଣ ସୁଯୋଗରେ ସାମିଲ ହେବା, ପ୍ରତ୍ୟକ୍ଷଦର୍ଶୀ ହେବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଖୁବ୍‌ ଭାଗ୍ୟଶାଳୀ ମନେ କରୁଛି।

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବହୁ ଭିଭିଆଇଙ୍କୁ ଆମନ୍ତ୍ରୀତ କରାଯାଇଛି । ଅନେକ ବରିଷ୍ଠ ରାଜନେତା, ସେଲିବ୍ରିଟି, କ୍ରିକେଟ ଷ୍ଟାରଙ୍କୁ ମଧ୍ୟ ଏଥିନିମନ୍ତେ ନିମନ୍ତ୍ରିତ କରାଯାଇଛି।

Comments are closed.