Latest Odisha News

BREAKING NEWS

ଆବାସ ଯୋଜନାରେ ଲୋଗୋକୁ ନେଇ ଚେତାଇଲା ବିଜେପି, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ସାଢେ 9 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ଏହି ଯୋଜନାରେ ଲୋଗୋକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ବିବାଦ ଥିଲା ତାହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି ବୋଲି ଆଭାସ ମିଳିଛି। ନିର୍ବାଚନ ବେଳେ ଭୋଟ ମାଗିବାରେ ଯେଉଁ କିଛି ପ୍ରସଙ୍ଗ ଗୁରୁତ୍ୱବହନ କରେ ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ। ବିଜେଡି ଏହାକୁ ବିଜୁ ପକ୍କା ଘର ଯୋଜନା କହୁଥିବା ବେଳେ ବିଜେପି କୁହେ ଘର କେନ୍ଦ୍ରର ମୋଦୀ ସରକାର ଦେଉଛନ୍ତି।

ଏ ନେଇ ଆଜି ପ୍ରେସମିଟ୍ କରି ବିଜେପି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ୍ ପ୍ରୋଗ୍ରାମ ଅଟେ । କୌଣସି ମତେ ଏହାର ନାମକରଣ ଏବଂ ଲୋଗୋକୁ ପରିବର୍ତନ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କେନ୍ଦ୍ରୀୟ ଗାଇଡଲାଇନରେ ଉଲ୍ଲେଖ ଅଛି । ଯଦି ନାମ କିମ୍ବା ଲୋଗୋ ପରିବର୍ତନ କରିବା ପାଇଁ ରାଜ୍ୟ ସରକାର କୌଣସି ଚକ୍ରାନ୍ତ କରୁଥିବେ, ତାହେଲେ ତାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ଏବଂ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ କରାଯିବ।

ସେହିପରି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି, ଏହି ଯୋଜନାରେ କେନ୍ଦ୍ର ସରକାର 60 ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାର 40 ପ୍ରତିଶତ ସହିତ ଆନୁସଙ୍ଗିକ ଖର୍ଚ୍ଚ ମିଶାଇଲେ ମୋଟ୍ 50 ପ୍ରତିଶତ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ଲୋଗୋରେ ରାଜ୍ୟ ସରକାରଙ୍କ ଫଟୋ ରହିଲେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର କେବେ ହାଇଜ୍ୟାକ କରେନି ବରଂ କେନ୍ଦ୍ର ଓଡ଼ିଶା ସରକାରଙ୍କ ଯୋଜନା କପି କରେ ବୋଲି ସେ କହିଛନ୍ତି।

ଅନ୍ୟପଟେ ଗତକାଲି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଲୋଗୋ ରହିବ ନ ନାହିଁ ସେନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ପଞ୍ଚାୟତି ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି ।

 

Comments are closed.