Latest Odisha News

କାଟ ଖାଇଲା କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ, ସଂଖ୍ୟା ଗରିଷ୍ଠତା ପ୍ରମାଣ କଲେ ଖଟ୍ଟର

ଚଣ୍ଡୀଗଡ: ହରିୟାଣାରେ କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ କାଟ ଖାଇଛି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଆସ୍ଥା ଭୋଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି । ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୩୨ ଭୋଟ ପଡିଥିବା ବେଳେ ଏହା ବିରୋଧରେ ୫୫ ଭୋଟ ମିଳିଥିଲା । ସରକାର ବଂଚଯିବା ପରେ ଖଟ୍ଟର କଂଗ୍ରେସ ସମାଲୋଚନା କରିଛନ୍ତି । ସେମାନଙ୍କ ମୃଗ ତୃଷ୍ମା କେବେ ହେଲେ ପୂରଣ ହେବନି । ସମସ୍ତଙ୍କ ପ୍ରତି କଂଗ୍ରେସର ସନ୍ଦେହ ରହିଛି ତାହା ଇଭିଏମ ହେଉ କିମ୍ବା ସେନାର ସର୍ଜିକାଲ ଷ୍ଟ୍ରାଇକ । କ୍ଷମତାରେ ଥିବା ବେଳେ ସବୁ ଠିକ୍ ଏଥିରେ ହଟିଗଲେ ଭୁଲ ଖୋଜିବାରେ ସମୟ କାଟେ ।

ଚାଷୀ ଆନ୍ଦୋଳନ ଯୋଗୁ ଖଟ୍ଟର ସରକାର ଅସୁବିଧାରେ ପଡି ପାରନ୍ତି ବୋଲି ସାମନ୍ୟ ସନ୍ଦେହ ରହିଥିଲା । ମାତ୍ର ଅବିଶ୍ୱାସ ପ୍ରସ୍ତାବରେ ଏ ଭଳି କିଛି ଦେଖିବାକୁ ମିିଳି ନ ଥିଲା ।

Comments are closed.