Latest Odisha News

BREAKING NEWS

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଥିବା ଦୁର୍ବଳ ଆସନକୁ ନେଇ ପାଟନାରେ ଆସନ୍ତାକାଲି ବିଜେପିର ବୈଠକ

ସହଯୋଗୀ ମେଣ୍ଟରୁ ଓହରିବା ପରେ ଚିନ୍ତାରେ ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଦୁର୍ବଳ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଦୁର୍ବଳ ଆସନ ସଂଖ୍ୟାକୁ ବିଜେପି ୧୪୪ ରୁ ୧୬୦ କୁ ବୃଦ୍ଧି କରିଛି। କିଭଳି ଦୁର୍ବଳ ଆସନରେ ଦଳ ମଜବୁତ ହେବ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିହାର ରାଜଧାନୀ ପାଟନାରେ ଆସନ୍ତାକାଲି ଠାରୁ ୨ ଦିନ ପାଇଁ ବିଜେପିର ସମ୍ପ୍ରସାରଣ ତାଲିମ ଶିବିର ଆରମ୍ଭ ହେବାକୁ ଯାଉଛି।

ଏହାପୂର୍ବରୁ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ୧୪୪ ଟି ଆସନ ଚିହ୍ନଟ କରିଥିଲା। ଯାହା ବିଜୟ ଦୃଷ୍ଟିରୁ ଦୁର୍ବଳ ଆସନ ଥିଲା। ବିହାରରେ ଜେଡିୟୁ ସହିତ ମେଣ୍ଟ ଭାଙ୍ଗିବା ପରେ ବିହାରରେ ଦୁର୍ବଳ ଆସନ ସଂଖ୍ୟା ୪ ରୁ ୧୦ କୁ ବୃଦ୍ଧି କରାଯାଇଛି।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ମହା ବିକାଶ ଆଘାଡି ଆହ୍ୱାନର ସମ୍ମୁଖୀନ ହୋଇ ବିଜେପି ଦୁର୍ବଳ ଆସନ ସଂଖ୍ୟା ୧୦ ରଖିଛି। ପାଟନାରେ ୧୦୦ ଦୁର୍ବଳ ଲୋକସଭା ଆସନ ପାଇଁ ବିଜେପିର ସମ୍ପ୍ରସାରଣ ତାଲିମ ଶିବିର ଆୟୋଜନ କରାଯାଉଛି। ମୁଖ୍ୟତ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ,ଝାଡଖଣ୍ଡ, ଓଡିଶା ଏବଂ ଉତ୍ତର ପୂର୍ବର ଦୁର୍ବଳ ଲୋକସଭା ଆସନରେ ମଜବୁତ ହେବା ପାଇଁ ପାଟନାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି।

ଏହି ଶିବିରରେ ଭାଗ ନେବାକୁ ବିଜେପି ସାଧାରଣ ସଚିବ ସଂଗଠନ ବି.ଏଲ୍ ସନ୍ତୋଷ, ସହ-ସଂଗଠନ ମନ୍ତ୍ରୀ ଶିବ ପ୍ରକାଶ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ବିହାରର ଦାୟିତ୍ୱରେ ଥିବା ବିନୋଦ ତାୱଡେ, ବିହାରର ସହ-ପ୍ରଭାରୀ ହରିଶ ଦ୍ୱିବେଦୀ ଏହି ଶିବିରରେ ଅଂଶଗ୍ରହଣ କରିବେ। ଏହା ସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡା ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିବିରକୁ ସମ୍ବୋଧିତ କରିବେ।

ବିଜେପିର ଏହି ଶିବିର ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ।

ସେହିପରି ପାଟନା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ହାଇଦ୍ରାବାଦରେ ଏକ ତାଲିମ କାର୍ଯ୍ୟକ୍ରମ ୨୮ ଡିସେମ୍ବରରେ କରିବାକୁ ଯାଉଛି। ଏହି ଶିବିରରେ ଦକ୍ଷିଣ ଭାରତ ରାଜ୍ୟରେ ଥିବା ୬୦ଟି ଦୁର୍ବଳ ଲୋକସଭା ଆସନ ଉପରେ ଆଲୋଚନା ହେବ।

 

Comments are closed.