ଭୁବନେଶ୍ୱର:ନବୀନ ନିବାସରେ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ପାଇଁ ସରକାରୀ କର୍ମଚାରୀ ଭିଡ ଜମାଇଥିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଇଏଏସ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେବାର ମାତ୍ର କେଇ ଘଣ୍ଟା ପରେ ପାଣ୍ଡିଆନଙ୍କୁ ମିଳିଛି କ୍ୟାବିନେଟ ରାଙ୍କ ପାହ୍ୟା । ଏହି ତମାମ ଘଟଣାକୁ ଏକ ପରିହାସ ବୋଲି କହିବା ସହ ପୂର୍ବତନ ସଚିବଙ୍କର ଏହା ଓଡିଶା ରାଜନୀତିରେ ସପ୍ଟ ଲାଣ୍ଡିଂ ବୋଲି କହିଛନ୍ତି ।
ମିଡିଆକୁ ବାର୍ତ୍ତା ଦେଇ ଅପରାଜିତା କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଦିଏ । ହେଲେ ୨୩ ବର୍ଷର ଶାସନ ଭିତରେ ଓଡ଼ିଶାରେ ସରକାରୀ ଶାସନ ବ୍ୟବସ୍ଥାକୁ ଏକ ପରିହାସ କରି ରଖିଦେଇଛନ୍ତି । ଜଣେ ଆଇଏଏସ ଅଫିସର ଭାବେ ଗାଇଡଲାଇନ ଉପରକୁ ଉଠି କାମ କରିଥିଲେ ଯାହାକୁ ନେଇ ଖାଲି ନେତା ନୁହେଁ ଜନତା ବି ସମାଲୋଚନା କରିଥିଲେ । ହେଲେ ତାଙ୍କୁ ଭିଆରଏସ ନେବାକୁ ବାଧ୍ୟ କରାଗଲା ।
ସାଂସଦ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଭଲଭାବେ ଜାଣିଛନ୍ତି, ନିର୍ବାଚନ ଆୟୋଗ ପଦବୀରେ ରହି ରାଜନୀତିରେ ସାମିଲ ହେବା କାରଣକୁ ନେଇ ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ସେଥିପାଇଁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ।
ଯାହା ବି ହେଉ, ଇସ୍ତଫା ପରେ ପାଣ୍ଡିଆନଙ୍କ କ୍ୟାବିନେଟ ପାହ୍ୟା ମିଳିବା ଏକ ହାସ୍ୟାସ୍ପଦ ଘଟଣା । ସେ ନିଜକୁ ନିଜେ ଏହି ଚାକିରୀ ଦେଇଛନ୍ତି ଯାହା ସେ ଚାହୁଁଥିଲେ । ଏହାକୁ କହନ୍ତି ରାଜନୀତିରେ ସପ୍ଟ ଲାଣ୍ଡିଂ । ଏହି ନିଯୁକ୍ତି ପରେ ଏହା ପ୍ରମାଣିତ ହୋଇଗଲା ଯେ, ସେ ରାଜ୍ୟର ପୁରା ଶାସନକୁ ନିଜ କବ୍ଜାକୁ ନେଇଗଲେ ।
ସାଂସଦ ଅପରାଜିତା ଆହୁରି କହିଛନ୍ତି, ବିଜେଡିର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେ ଖୁବ ଦୁଃଖିତ । ଏତେ ବର୍ଷ ଧରି ସେମାନେ ଦଳ ପାଇଁ ଖଟିଲେ । ଏପରି ସ୍ୱ ନିଯୁକ୍ତି ଦ୍ୱାରା ସେମାନଙ୍କ ପ୍ରତି ବହୁତ ବଡ ଅନ୍ୟାୟ ହୋଇଛି ବୋଲି କହିଛନ୍ତି ବିଜେପି ସାଂସଦ ।
BREAKING NEWS
- UAE President: ସାଉଦି ଆରବ ସହ ଉତ୍ତେଜନା ମଧ୍ୟରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ
- ଗତବର୍ଷ ତୁଳନାରେ ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ
- ପୋଲିସ ହାତରୁ ଖସିଯିବା ପାଇଁ ଫାଙ୍କା ଗୁଳି ଚାଳନା; ୮ ଅଟକ
- କଳାହାଣ୍ଡିକୁ ୮୯୧.୩୯ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
- ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ
- ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା
- Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ
- କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
Comments are closed.