Latest Odisha News

BREAKING NEWS

ଇଣ୍ଡିଆ ମେଂଟ ଉପରେ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରାଜୟର ପ୍ରଭାବ!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଚାଲିଥିବା ନିର୍ବାଚନ ରାଜନୈତିକ ଦୃଶ୍ୟପଟ୍ଟର ଦୃଷ୍ଟି ଆକର୍ଷଣ କରିଛି। ଏହି ନିର୍ବାଚନର ଫଳାଫଳ ଇଣ୍ଡିଆ ମେଣ୍ଟ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଥିବା ୨୬ଟି ବିରୋଧୀ ଦଳର ମେଣ୍ଟ ଏଥିପାଇଁ ଡିସେମ୍ବର ୬ରେ ବୈଠକ କରିବାକୁ ଯାଉଛନ୍ତି।

ବିଶେଷ କରି ଇଣ୍ଡିଆ ଆଲାଏନ୍ସର ପ୍ରମୁଖ ସଦସ୍ୟ କଂଗ୍ରେସ ଦଳର ପ୍ରଦର୍ଶନକୁ ତର୍ଜମା କରାଯିବ। କର୍ଣ୍ଣାଟକ ବିଜୟର ଟ୍ରେଣ୍ଡକୁ କଂଗ୍ରେସ ହିନ୍ଦୀ ହାର୍ଟଲ୍ଯାଣ୍ଡରେ ବଜାୟ ରଖିପାରି ନାହିଁ। ଯାହା ମେଣ୍ଟରେ କଂଗ୍ରେସର ନେତୃତ୍ବ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଇଣ୍ଡିଆ ମେଣ୍ଟ ମଧ୍ୟରେ ଥିବା କେତେକ ଆଞ୍ଚଳିକ ଦଳ ଯଥା ତୃଣମୂଳ କଂଗ୍ରେସ (ଟିଏମସି), ଆମ୍ ଆଦମୀ ପାର୍ଟି (ଆପ୍), ସମାଜବାଦୀ ପାର୍ଟି (ଏସପି) ଆଦି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଆଗୁଆ ଆଲୋଚନା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ହେଲେ ଏହାକୁ ନେଇ କିଛି ଦଳ ଆପତ୍ତି ଉଠାଇଛନ୍ତି।

ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଆସନ ବୁଝାମଣା ପାଇଁ ଏକ ସୁଚିନ୍ତିତ ରଣନୀତି, ଯାହାର ଉଦ୍ଦେଶ୍ୟ ହେଉଛି ବାରଗେନିଂ କରିବା।

ଏବେ ଏହି ଫଳାଫଳ ସାମ୍ନାକୁ ଆସିବା ପରେ ମେଣ୍ଟରେ ଥିବା ଆଞ୍ଚଳିକ ରାଜନୈତିକ ଦଳ ଗୁଡିକର ସ୍ଥିତି ମଜବୁତ ହୋଇପାରେ।
ବିରୋଧୀ ଦଳ ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅନୁରୋଧ କରିଛନ୍ତି ଯେ ମତଭେଦକୁ ଦୂରେଇ ରଖି ବିଜେପିକୁ ମୁକାବିଲା କରିବା ପାଇଁ ବିରୋଧୀଙ୍କୁ ଏକଜୁଟ କରନ୍ତୁ। ତେବେ କଂଗ୍ରେସ ନେତୃତ୍ୱ ନିଜ ଆଭିମୁଖ୍ୟରେ ସତର୍କ ରହିବା ସହ ଇଣ୍ଡିଆ ଆଲାଏନ୍ସ କେବଳ ୨୦୨୪ ଲୋକସଭା ନିର୍ବାଚନ ଉପରେ ଗୁରୁତ୍ୱାରୋପ କରିଛି।

Leave A Reply

Your email address will not be published.