Latest Odisha News

ପାକିସ୍ତାନ ସେନା ଗାଡ଼ି ଉପରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ, ୪୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଗାଡ଼ି ଉପରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ । ୫ ବସ୍ ଓ ୭ ସେନା ଗାଡ଼ିକୁ ଟାର୍ଗେଟ କରି କରାଯାଇଛି ଏହି ଆତ୍ମଘାତୀ ବିସ୍ଫୋରଣ । ତୁର୍ବାଟ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣରେ ୪୭ ମୃତ, ୩୦ରୁ ଅଧିକ ଗୁରୁତର ଥିବା ସୂଚନା । ୪୭ ଜଣଙ୍କ ମୃତ୍ୟୁ ନେଇ ବାଲୋଚିସ୍ତାନ ଲିବୋରେସନ୍ ଆର୍ମି (BLA) ପକ୍ଷରୁ ଦାବି କରାଯାଇଛି ।

ସୂଚନା ଅନୁସାରେ, ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ତୁର୍ବାଟ ସହରରୁ ୮କିମି ଭିତରକୁ ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ପୋଲିସ ଏବଂ ସୁରକ୍ଷା ବାହିନୀ । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସର କହିବା ଅନୁସାରେ, ବିସ୍ଫୋରଣରେ କ୍ରାଇମ ବ୍ରାଞ୍ଚର ବରିଷ୍ଠ ଏସଏସପି ଏବଂ ତାଙ୍କ ପରିବାରର ୬ଜଣ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିବା ବେଳେ କ୍ରାଇମବ୍ରଞ୍ଚ ଅଧିକାରୀ ଏବଂ ତାଙ୍କ ପରିବାର ସେହି ଅଞ୍ଚଳ ଦେଇ ଯାଉଥିଲେ।

ତେବେ ବାଲୋଚିସ୍ତାନର ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ସଂଗଠନ ବାଲୋଚିସ୍ତାନ ଲିବୋରେସନ୍ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ଆକ୍ରମଣ ବିଏଲଏର ଆତ୍ମଘାତୀ ବିସ୍ଫୋରଣକାରୀ ଦଳ ମାଜିଦ୍ ବ୍ରିଗେଡ୍ ଦ୍ୱାରା କରାଯାଇଛି ବୋଲି ଦାବି କରିଛନ୍ତି ଉକ୍ତ ସଂଗଠନ । ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏକ ବିବୃତ୍ତି ଜାରି କରି ଦାବି କରିଛି ଯେ, ବିଏଲଏର ଆତ୍ମଘାତୀ ଦଳ ମାଜିଦ୍ ବ୍ରିଗେଡ୍ ତୁର୍ବାଟରେ ପାକିସ୍ତାନୀ ସେନା ଗାଡି ଉପରେ ଆତ୍ମଘାତି ଆକ୍ରମଣ କରି ଅନେକ ସେନାଙ୍କ ସହ ସାଧାରଣ ଜନତାଙ୍କୁ ହତ୍ୟା କରିଛି। ଖୁବ ଶୀଘ୍ର ଏନେଇ ଏକ ବିସ୍ତୃତ ବିବରଣୀ ଦିଆଯିବ ବୋଲି ମଧ୍ୟ ସଂଗଠନ କହିଛି ।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ, ବିଏଲଏ ବାଲୋଚିସ୍ତାନରେ ଅନେକ ବଡ ବଡ଼ ଆକ୍ରମଣ କରିଛି। ତେବେ ବିସ୍ଫୋରଣକୁ ଗୁରୁତର ସହକାରେ ନେଇ ତଦନ୍ତ ଆରମଯଭ କରିଛି ପୋଲିସ । ସେପଟେ ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି। ବୁଗତି ଏକ ବିବୃତ୍ତିରେ କହିଛନ୍ତି ଯେ, ଯେଉଁମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରନ୍ତି ସେମାନନେ ମଣିଷ ନୁହଁନ୍ତି । ଏହି ଆକ୍ରମଣକୁ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସମାଲୋଚନା କରିଛନ୍ତି।

Leave A Reply

Your email address will not be published.