Latest Odisha News

BREAKING NEWS

ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ମୃତ

ଓ୍ୱାଶିଂଟନ୍‌ : ୟୁଏସ୍‌ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମେରିକାର ଅଲବାମାରେ ହେଲିକପ୍ଟରଟି ଜଳିଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।

କୁହାଯାଉଛି , ଅଲବାମାରେ ୟୁଏସ୍‌ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି  ।  ଏହି ଦୁର୍ଘଟଣା ବୁଧବାର ଦିନ ୩ ଟା ୩୦ ଅଲବାମାର ନ୍ୟାସନାଲ ହାଇୱେ-୫୩ ନିକଟରେ ଘଟିଛି । ଦୁର୍ଘଟଣାରେ ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା।ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାରେ ଅନ୍ୟ କେହି ଆହତ ହୋଇନଥିବା ଜଣାପଡିଛି । ତେବେ ହେଲିକପ୍ଟରରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଆମେରିକାର ପ୍ରତିନିଧୀ ଡାଲ୍ ଷ୍ଟ୍ରଙ୍ଗ ଟୁଇଟ୍‌ କରି କହିଛନ୍ତି ଯେ, ‘‘ମେଡିସନ କାଉଣ୍ଟିରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ। ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପାଇଁ ମୋର ହୃଦୟରୁ ସମବେଦନା ଜଣାଉଛି। ”

ଏହା ପୂର୍ବରୁ ଗତବର୍ଷ ଜୁଲାଇରେ ମେକ୍ସିକୋର ସିନାଲୋଆରେ ବ୍ଲାକ ହକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ହେଲିକପ୍ଟରରେ ୧୫ ଜଣ ଲୋକ ରହିଥିଲେ । ଏହି ଘଟଣା ପରେ ମେକ୍ସିକୋର ଡ୍ରଗ ମାଫିଆ ରାଫେଲ କାରୋ କ୍ୱିନତେରୋଙ୍କୁ ଗିରଫ କରାଯାଇଥିଲା।

 

Leave A Reply

Your email address will not be published.