ଭୁବନେଶ୍ୱର: ଓଡ଼ିଶାରେ କଳା କଲରାପତରିଆ ବାଘ ଅଛନ୍ତି । ଗତକାଲି ସୋସିଆଲ ମିଡିଆ ଏକ୍ସରେ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରଶାନ୍ତ ନନ୍ଦ କଳା କଲରାପତରିଆ ବାଘର ଏକ ଫଟୋକୁ ପୋଷ୍ଟ କରିଛନ୍ତି ।
ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,‘‘୨୦୧୮ ମସିହାରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ କଳା କଲରାପତରିଆ ବାଘ ଦେଖିବାକୁ ମିଳିଥିଲା । ତେବେ ସେହି ବନାଞ୍ଚଳରେ ପୁଣି ଥରେ ଏହି କଲରାପତରିଆ ବାଘକୁ ଦେଖିବାକୁ ମିଳିଛି । ବେଳେ ବେଳେ ସ୍ଥାନୀୟ ଲୋକେ ଏବଂ ଆମ ବନ ବିଭାଗ କର୍ମଚାରୀମାନେ ଦେଖିଛନ୍ତି । କ୍ୟାମେରା ଫଟୋ ଆସିବା ପରେ ଆମେ ଜାଣି ପାରିଲୁ ବାଘଟି ଏବେ ପର୍ଯ୍ୟନ୍ତ ରହିଛି । ଓଡ଼ିଶାର ବିଭିନ୍ନ ଜାଗାରେ କଳା କଲରାପତିରିଆ ବାଘ ଅଛନ୍ତି । ଚଳିତ ଥର ବାଘ ଗଣନା ସମୟରେ ତିନୋଟି ଜାଗାରୁ କଳା କଲରାପତରିଆ ବାଘ ଥିବା ଚିହ୍ନଟ ହୋଇଥିଲା । ’’
Comments are closed.