Latest Odisha News

BREAKING NEWS

ଯଦି ଘରେ ଝିଟିପିଟି ଦେଖାଯାଏ ତ ହୋଇଯାନ୍ତୁ ସାବଧାନ !

ନୂଆଦିଲ୍ଲୀ: ଘରେ ଝିଟିପିଟି ଦେଖାଯିବା ଏକ ସାଧାରଣ ଘଟଣା, କିନ୍ତୁ ଯେତେବେଳେ ଏହାର ସଂଖ୍ୟା ଗୋଟିଏ-ଦୁଇଟିରୁ ଅଧିକ ହୋଇଯାଏ, ତେବେ ଏହା ଚିନ୍ତାର କାରଣ ହୋଇପାରେ। ସାଧାରଣତଃ ଝିଟିପିଟି ଧଳା କିମ୍ବା ଫିକା କଳା ରଙ୍ଗର ହୋଇଥାଏ ଏବଂ ଏହା ଘରେ ଦେଖାଗଲେ ଶୁଭ ବା ଅଶୁଭ ସଙ୍କେତ ଦେଇଥାଏ। କିନ୍ତୁ ଯଦି ଘରେ କଳା ଝିଟିପିଟି ଦେଖାଯାଏ, ତେବେ ସତର୍କ ହେବା ଆବଶ୍ୟକ, କାରଣ ଏହା ଅଧିକାଂଶ ସମୟରେ ଅଶୁଭ ସଙ୍କେତ ଦେଇଥାଏ। କଳା ଝିଟିପିଟି ରଙ୍ଗ ମଧ୍ୟ ଲୋକଙ୍କୁ ଭୟଭୀତ କରିପାରେ। ଶାସ୍ତ୍ର ଓ ବାସ୍ତୁ ଅନୁଯାୟୀ, ଝିଟିପିଟି ଶକ୍ତି, ଗ୍ରହ ଓ ଭାଗ୍ୟର ପରିବର୍ତ୍ତନ ସହ ଜଡ଼ିତ ଥାଏ। ଆସନ୍ତୁ ଜାଣିବା ଘରେ କଳା ଝିଟିପି ଦେଖାଗଲେ କେଉଁ ଅଶୁଭ ସଙ୍କେତ ମିଳିପାରେ।

ଘରେ କଳା ଝିଟିପିଟି ଦେଖାଗଲେ କେଉଁ ସଙ୍କେତ?

୧. ନକାରାତ୍ମକ ଶକ୍ତିର ସଙ୍କେତ:
ଯଦି ଆପଣଙ୍କ ଘରେ କଳା ଝିଟିପିଟି ଦେଖାଯାଏ, ତେବେ ଏହା ନକାରାତ୍ମକ ଶକ୍ତିର ସଙ୍କେତ ଦେଇପାରେ। ଏହା ଘରେ ନେଗେଟିଭ ବାତାବରଣ ଥିବାର ଇଙ୍ଗିତ ଦେଇଥାଏ। ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ବାରମ୍ବାର କଳା ଝିଟିପିଟି ଦେଖାଯାଏ, ତେବେ ଏହାକୁ ନଜର ଦୋଷ ସହ ମଧ୍ୟ ଜଡ଼ିତ କରାଯାଏ।

୨. ଚେତାବନୀର ସଙ୍କେତ:
ଘରେ କଳା ଝିଟିପିଟି ଦେଖାଗଲେ ଏହା ଆପଣଙ୍କୁ ସତର୍କ କରୁଥିବାର ସଙ୍କେତ। ଏହା ଆପଣଙ୍କ ଜୀବନରେ କିଛି ଅଘଟଣ ବା ଅଜଣା ବିପଦ ଆସିବାର ଆଶଙ୍କା ଦର୍ଶାଇପାରେ। ଯଦି ଆପଣ କିଛି ଭୁଲ କାମ କରିଛନ୍ତି, ତେବେ ତା’ର ଫଳ ଆପଣଙ୍କୁ ମିଳିବାକୁ ଯାଉଛି ବୋଲି ଏହା ସୂଚାଇପାରେ। ଏହା ଆପଣଙ୍କ ଜୀବନରେ ହଠାତ୍ ପରିବର୍ତ୍ତନର ସଙ୍କେତ ମଧ୍ୟ ହୋଇପାରେ। ଏପରି ସମୟରେ ସତର୍କ ରହିବା ଆବଶ୍ୟକ।

୩. ପୂଜା ଘରେ କଳା ଝିଟିପିଟି:
ଯଦି ଆପଣଙ୍କ ପୂଜା ସ୍ଥାନ ବା ପୂଜା ଘରେ କଳା ଝିଟିପିଟି ଦେଖାଯାଏ, ତେବେ ଏହା ଦେବୀ-ଦେବତାଙ୍କ ଅସନ୍ତୁଷ୍ଟିର ସଙ୍କେତ ହୋଇପାରେ। ଏହା ଆପଣଙ୍କ ପୂଜାପାଠରେ କୌଣସି ଅସମ୍ପୂର୍ଣ୍ଣତା ବା ଅଶୁଦ୍ଧତା ଥିବାର ମଧ୍ୟ ଇଙ୍ଗିତ ଦେଇପାରେ।

୪. ଶନି ଗ୍ରହ ସହ ସମ୍ବନ୍ଧ:
ଶାସ୍ତ୍ର ଅନୁଯାୟୀ, କଳା ଝିଟିପିଟିକୁ ଶନି ଗ୍ରହ ସହ ଜଡ଼ିତ କରାଯାଏ। ଯଦି ଘରେ ବାରମ୍ବାର କଳା ଝିଟିପିଟି ଦେଖାଯାଏ, ତେବେ ଏହା ଆପଣଙ୍କ ଉପରେ ଶନିର ପ୍ରଭାବ ଆସିବାର ସଙ୍କେତ ହୋଇପାରେ।

୫. ଶୟନ କକ୍ଷରେ କଳା ଝିଙ୍କୁଆ:
ଯଦି ଆପଣଙ୍କ ଶୟନ କକ୍ଷରେ କଳା ଝିଟିପିଟି ଦେଖାଯାଏ, ତେବେ ଏହା ସ୍ୱାସ୍ଥ୍ୟ ସମସ୍ୟା ବା ଦାମ୍ପତ୍ୟ ଜୀବନରେ ଅଶାନ୍ତିର ସଙ୍କେତ ଦେଇପାରେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହେବାର ଆଶଙ୍କା ରହିଛି।

 

Comments are closed.