ବାଲିଗୁଡା: ବାଲିଗୁଡାସ୍ଥିତ ରୁତୁଙ୍ଗିଆ ସେଣ୍ଟ ଜାଭିୟର ସ୍କୁଲରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ପାପୁଲି ହରାଇଥିବା ଜଣାପଡିଛି । ଆହତ ଛାତ୍ରମାନେ ସେହି ସ୍କୁଲର ହଷ୍ଟେଲରେ ରହୁଥିଲେ । ଏହି ଅଘଟଣ ବୁଧବାର ଅପରାହ୍ନରେ ଘଟିଛି ।
ଖେଳ ଛୁଟି ସମୟରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ସାଥି ପିଲାଟି ଏକ ଅଜଣା ବସ୍ତୁ ଆଣି ସାଙ୍ଗମାନଙ୍କୁ ଦେଖାଇବା ବେଳେ ତାହା ହଠାତ୍ ଫାଟିଥିଲା । ତେବେ ଏହି ଅଜଣା ବସ୍ତୁଟି କ’ଣ ଥିଲା ଓ କେଉଁଠୁ ଆସିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ବିସ୍ଫୋରଣରେ ଜଣେ ଛାତ୍ର ନିଜର ଏକ ପାପୁଲି ହରାଇଛନ୍ତି । ଗୁରୁତର ଆହତଙ୍କ ଭିତରେ ଅଛନ୍ତି ସପ୍ତମ ଶ୍ରେଣୀର ଯୋସ ନାୟକ ଓ ନିହାର ନାୟକ ।
ପ୍ରଥମେ ଗୁରୁତରମାନଙ୍କୁ ବାଲିଗୁଡା ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
Comments are closed.