Latest Odisha News

ରାଜୌରୀରେ ବିସ୍ଫୋରଣ: ୨ ଯବାନ ଶହୀଦ

ରାଜୋରୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଲଓସି ନିକଟରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ସେନା ପକ୍ଷରୁ ଏହି ବିସ୍ଫୋରଣ ନେଇ କୌଣସି ବିଧିବଦ୍ଧ ବୟାନ ଆସି ନାହିଁ । ଏପରିକି ମୃତ୍ୟୁବରଣ କରିଥିବା ଯବାନ ଏବଂ ଆହତମାନଙ୍କ ବିଷୟରେ କୌଣସି ବିବରଣୀ ପ୍ରଦାନ କରାଯାଇ ନାହିଁ ।

ପୁଂଛ ଜଙ୍ଗଲରେ ୨୦ ଦିନ ହେବ ୩୦୦୦ରୁ ଅଧିକ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ଚଳାଇଛନ୍ତି । ଏହା ଆହୁରି ସପ୍ତାହେ ବ୍ୟାପୀ ଚାଲିବ ବୋଲି ସେନା ପକ୍ଷରୁ କୁହାଯାଇଛି । ଆତଙ୍କବାଦୀଙ୍କ ପାଲଟା ଆକ୍ରମଣରେ ଏ ପର୍ଯ୍ୟନ୍ତ ୯ ଯବାନ ଶହୀଦ ହୋଇ ସାରିଛନ୍ତି ।

Comments are closed.